କଳ୍ପତରୁ ଆଶ୍ରମ ଓ ବାମରାରେ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଜୟନ୍ତୀ

ସମ୍ବଲପୁର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୯ତମ ଜନ୍ମଜୟନ୍ତୀ ହୀରାକୁଦ କଳ୍ପତରୁ ଆଶ୍ରମଠାରେ ସମ୍ବଲପୁର ମହାନଗର ବିଜେଡ଼ି ପକ୍ଷରୁ ଆଶ୍ରମର ଶିଶୁ ଅନ୍ତବାସିଙ୍କୁ ନେଇ ଦୀପ ଜଳାଇ କେକ କାଟି ମିଷ୍ଟାନ୍ନ ବଣ୍ଟନ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରି ଜନ୍ମଦିନ ପାଳନ କରିଛନ୍ତି।ମହାନଗର ବିଜେଡ଼ି ବରିଷ୍ଠ ସଭ୍ୟ ହରଦିପ ସିଂ ଭୁର୍ଜିଙ୍କ ନେତୃତ୍ୱରେ ସତ୍ୟେନ୍ଦ୍ର ଦାଶ, ଶେଷଦେଵ ଗୁରୁ, ପ୍ରହଲ୍ଲାଦ ଗୁରୁ,ବିଜେଡ଼ି ଜୋନ ସାଧାରଣ ଗଣମାଧ୍ୟମ ସଂଯୋଜକ ସୁବାଷ ଜେନା,ବିଜେଡ଼ି ଜିଲ୍ଲା ସାଧାରଣ ଗଣମାଧ୍ୟମ ସଂଯୋଜକ ଦୁଲାଲ ଚନ୍ଦ୍ର ରାୟ,ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ ଥାପା, ଯୁବନେତା ବିକାଶ ଖେତ୍ରୀ,ରେଣୁ ମରେଇ, ଆଇନଜୀବୀ ସବିନୟ ପୂଜାରୀ, ମାୟାଧର ଜେନା,ସୁକେଶ ସିଂ,ପ୍ରଶାନ୍ତ ନାୟକ,ସୁରଜ ସିଂ,ବିଶ୍ଵାମିତ୍ର ସାହୁ ପ୍ରମୁଖ ସକ୍ରିୟ କର୍ମୀ ଏଥିରେ ଯୋଗଦାନ କରିଥିଲେ।
ସେହିପରି ବାମରା ଠାରେ ମଧ୍ୟ୍ୟ ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ୭୯ ଦୀପ ପ୍ରଜ୍ବଳନ କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।