Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର” ସଚେତନତା ଶିବିର

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆଜି ସମ୍ବଲପୁରର ଜିଲ୍ଲା ପ୍ରେକ୍ଷାଳୟ ତପସ୍ବିନୀ ହଲରେ “ଆପଣଙ୍କ ପୁଞ୍ଜି ଆପଣଙ୍କ ଅକାର” ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାରେ ଦାବି ନ ହୋଇ ପଡି ରହିଥ‌ିବା ପୁଞ୍ଜିର ତ୍ବରିତ ଓ ସରଳ ଦାବି ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରା ହୋଇଥିଲା । ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୫ ଟି ଜିଲ୍ଲା ଓ ଓଡିଶାର ଦୁଇଟି ଜିଲ୍ଲା ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା ।

ଓଡିଶାର ରାଷ୍ଟ୍ର ଗାନ “ବନ୍ଦେ ଉତ୍କଳ ଜନନୀ” ପ୍ରଦର୍ଶନରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଶିବିରରେ ମଞ୍ଚାସୀନ ଅତିଥ୍ ଭାବରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ମୁଖ୍ୟ ଅତିଥ୍, ସମ୍ବଲପୁର ଜିଲ୍ଲା ପରିଷଦର ଅଧ୍ଯକ୍ଷା ଶ୍ରୀମତୀ କୁମୋଦିନୀ ନାୟକ ସମ୍ମାନିତ ଅତିଥୁ, ରିଜର୍ଭ ବ୍ୟାଙ୍କର ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀମତୀ ମୌସୁମୀ ସା ସମ୍ମାନିତ ଅତିଥ୍, ରାଜ୍ୟ ସ୍ତରୀୟ ବ୍ୟାଙ୍କ ସମିତି ର ଆବାହକ ଏବଂ ମୁଖ୍ୟ ମହା ପ୍ରବନ୍ଧକ ୟୁକୋ ବ୍ୟାଙ୍କ ଗୌତମ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ଭାରତୀୟ ଷ୍ଟେଟ ବ୍ୟାଙ୍କର ଉପ ମହା ପ୍ରବନ୍ଧକ ସଞ୍ଜୟ କୁମାର ଝା ଏଥିରେ ସଭାପତିତ୍ବ କରିଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଆବାହକ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଅତିଥିମାନେ ନିଷ୍କ୍ରିୟ ପୁଞ୍ଜିର ସରଳ ଓ ତ୍ବରିତ ଦାବି ସମାଧାନ ବାବଦରେ ପ୍ରାଞ୍ଜଳ ଭାବରେ ଦର୍ଶକ ମାନଙ୍କୁ ସୂଚନା ଦେଇଥିଲେ । ଏହି ସଭାରେ ଅତିଥ୍ ମାନଙ୍କ ଦ୍ବାରା ୬ ଜଣ ହିତାଧିକାରୀଙ୍କୁ ସେମାନଙ୍କ ନିଷ୍କ୍ରିୟ ଜମା ପୁଞ୍ଜିର ଦାବି ଅର୍ଥକୁ ଚେକ ଆକାରରେ ପ୍ରଦାନ କରାଯାଇଥିଲା । ସଭା ଆରମ୍ଭରେ ଓ ଶେଷରେ ସରକାର ଓ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ଜ୍ଞାନବର୍ଦ୍ଧକ ଓ ଶିକ୍ଷଣୀୟ ଭିଡିଓ ମାନ ପ୍ରଦର୍ଶନ କରା ଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁର୍ଲା ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ଶୁଭଦା ଶତପଥୀ ମଞ୍ଚ ପରିଚାଳନା କରିଥିଲେ । ଏହି ଶିବିରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଅନ୍ୟାନ୍ୟ ବ୍ୟାଙ୍କ, ବୀମା କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ଓ ସେମାନଙ୍କର କ୍ୟାମ୍ପ ସ୍ଥାପନ କରିଥିଲେ I ଉପସ୍ଥିତ ଜନସାଧାରଣଙ୍କ ବ୍ୟାଙ୍କ କାରବାର ଓ କେୱାଇସି ନବୀକରଣ ପାଇଁ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ମାନଙ୍କ ଦ୍ବାରା ମଧ୍ୟ ଏକ କ୍ୟାମ୍ପ ସ୍ଥାପନା କରାଯାଇଥିଲା । ଏହି ଶିବିରରେ ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କର କର୍ମଚାରୀ ମାନଙ୍କ ବ୍ୟତୀତ ଦୁଇ ଶହରୁ ଊଦ୍ଧ ଜନସାଧାରଣ, ଛାତ୍ର ଛାତ୍ରୀ ତ‌ଥା ଗୃହିଣୀ ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ