ବାମରା ବ୍ଲକରେ ସୁସ୍ଥ ପଞ୍ଚାୟତ ସମ୍ପର୍କୀୟ ୩ ଦିନିଆ ତାଲିମ ଶିବିର ଉଦଘାଟିତ

ସମ୍ବଲପୁର:ରକ୍ତହୀନତା, ଅପପୁଷ୍ଟି ଗ୍ରାମୀଣ ଓ ସ୍ଵଚ୍ଚତା ଭଳି ସମସ୍ୟା ପ୍ରଗତୀର ବାଧକ। ତେଣୁ ଏହାର ନିର୍ମୁଳ ପାଇଁ ବ୍ଲକ ସ୍ତରୀୟ ଏକ ୩ ଦିନିଆ ତାଲିମ ଶିବିର ଗୁରୁବାର ବାମରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷରେ ଉଦଘାଟିତ ହୋଇଯାଇଛି।
ରକ୍ତହୀନତା, ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ସହିତ ସ୍ଵଚ୍ଚତା ଭଳି ଆବଶ୍ୟକ୍ୟତା ଉପରେ ଏହି ସବୁ ଜାତୀୟ ଯୋଜନାରେ ବିଭିନ୍ନ ଶ୍ରେଣୀ ଓ ଗୋଷ୍ଟିଙ୍କୁ ସମ୍ପୃକ୍ତି କରାଇ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି।ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ସହିତ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସମ୍ମନ୍ୱୟ ମାଧ୍ୟ୍ୟମରେ ଏହାର ନିରାକାରଣ ପାଇଁ ବ୍ଲକର ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମ କୁ ଏବିଡ଼ିଓ ସସ୍ମିତା ବାଲ୍ଲା ଉଦଘାଟନ କରିଥିଲେ। ସିପି ଅମିତ ସ୍ୱାଇଁ, ବିପିସି ଚିନ୍ମୟ ନାୟକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ତାଲିମଦାତା ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ଏହି ତାଲିମ ପ୍ରଦାନ କରୁଛନ୍ତି।ଗୁରୁବାର ରକ୍ତହୀନତା କାରଣ, ଲକ୍ଷଣ, ନିରାକରଣ ଉପରେ ସାରଗର୍ଭକ ଆଲୋଚନା କରାଯାଇଥିବା ବେଳେ ଆଜି ଅପପୁଷ୍ଟି କଣ ଓ ଏହା ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ତାହାର ନିରାକରଣ ପାଇଁ କେଉଁ ସବୁ ପଦକ୍ଷେପ ଜରୁରୀ ତାହା ଉପରେ ତାଲିମ ପ୍ରଦାନ କରାଯାଉଛି। ସୁସ୍ଥ ସ୍ୱାସ୍ଥ୍ୟ ହିଁ ଜୀବନ ସମ୍ପଦ ଓ ଏହା ଦ୍ୱାରା ସୁସ୍ଥ ପରିବାର ଠାରୁ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ଶିକ୍ଷା, ଯୋଜନା, ସମ୍ମନ୍ୱୟ ପ୍ରଭୃତି ଦିଗରେ ତାଲିମ ପ୍ରଦାନ କରାଯାଇ ନିଜ ନିଜ ସ୍ତରରେ କିଭଳି କାର୍ଯ୍ୟର ସୁପରିଚାଳନା କରାଯାଇପାରିବ ସେ ଦିଗରେ ଡାକ୍ତର ଷଡ଼ଙ୍ଗୀ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରୁଛନ୍ତି।
ସମ୍ମନ୍ୱୟ ଓ ସହଭାଗିତା ହିଁ ସମସ୍ୟାର ନିରାକରଣ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ରକ୍ତହୀନତା, ଅପପୁଷ୍ଟି ଓ ସ୍ୱଚ୍ଛତା ର କାରଣ, ଲକ୍ଷଣ ଓ ନିରାକରଣ ସହିତ ଜାତୀୟ ଯୋଜନାର ପ୍ରୟୋଗ ଉପରେ ତାଲିମରେ ଗୁରୁତ୍ୱ ଦିଆଯାଉଛି।ଆସନ୍ତା ଶନିବାର ଦିନ ଏହି ଶିବିର ଉଦଯାପିତ ହେବ।