Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପବିତ୍ର ସାବିତ୍ରୀ ବ୍ରତ; ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ବିବାହିତ ମହିଳା

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଓଡ଼ିଆ ପରମ୍ପରାର ଏକ ପ୍ରମୁଖ ବ୍ରତ ହେଉଛି ସାବିତ୍ରୀ ବ୍ରତ। ବିବାହିତ ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତର ଅନେକ ମହତ୍ବ ରହିଛି। ଏହି ଦିନରେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ଏହି ବ୍ରତ କରିଥାନ୍ତି।
ସାବିତ୍ରୀ ବ୍ରତା ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡିଥାଏ। ପୌରାଣିକ କଥା ଅନୁଯାୟୀ ଏହି ବ୍ରତ ସ୍ୱାମୀ ପ୍ରତି ଭକ୍ତିର ଶକ୍ତିକୁ ବର୍ଣ୍ଣନା କରିଥାଏ।

କିମ୍ବଦନ୍ତୀ କହେ ଯେ ସାବିତ୍ରୀଙ୍କ ସ୍ୱାମୀ ସତ୍ୟବାନ୍‌ଙ୍କର ଏକ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ଥିଲା। ଯମରାଜ ଯେତେବେଳେ ସତ୍ୟବନଙ୍କୁ ନେବାକୁ ଆସିଲେ ସେତେବେଳେ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରିବାକୁ ନିବେଦନ କରିଥିଲେ। ସାବିତ୍ରୀଙ୍କ ନିଷ୍ଠା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ଭକ୍ତିଭାବରେ ପ୍ରଭାବିତ ହୋଇ ଯମରାଜ ସତ୍ୟବାନ୍‌ଙ୍କ ଜୀବନ ଫେରାଇ ଦେଇଥିଲେ। ସେବେଠାରୁ ଏହି ବ୍ରତ ପାଳନ କରାହୋଇ ଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ