ନଭେମ୍ବର ୧୫ ରୁ ସମ୍ବଲ୍ପୁର ମହୋତ୍ସବ୍-୨୦୨୫

ସମ୍ବଲପୁର :ଆସନ୍ତା ନଭେମ୍ବର ମାସର ୧୫ ତାରିଖରୁ ଆରମ୍ବ ହେବାକୁ ଥିବା ‘ସମ୍ବଲ୍ପୁର ମହୋତ୍ସବ୍-୨୦୨୫’ ର ଆୟୋଜନ ପାଇଁ ଏକ ସର୍ବ ସାଧାରଣଙ୍କ ଉପସ୍ଥିତିରେ ପ୍ରସ୍ତୁତି ସଭା ୧୯ ଅକ୍ଟୋବର ରବିବାର ସଂନ୍ଧ୍ୟା ୫ ଟାରେ ଅଏଁଠାପାଲି ସ୍ଥିତ ବୀର୍ସା ମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ସଭାରେ ଏ ବର୍ଷ ପାଇଁ ଆୟୋଜନ କମିଟୀ ତଥା ବିଭିନ୍ନ ସବ୍ କମିଟୀର କର୍ମକର୍ତ୍ତା ଚୟନ କରାଯିବ। ଏ ବର୍ଷର ସମ୍ବଲପୁର ମହୋତ୍ସବ କୁ ଭବ୍ୟ,ଆକର୍ଷଣୀୟ ଓ ରଚନାତ୍ମକ କରିବାକୁ ଭିନ୍ନ ଭିନ୍ନ ପ୍ରସ୍ତାବ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇ ସବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବ। ବିଭିନ୍ନ ଉପ କମିଟି ଯଥା ମଂଚ ଓ ପ୍ରେକ୍ଷାଳୟ, ଗୀତ-ସଂଗୀତ, ସାଂସ୍କୃତିକ ଦଳ, ଖାଦ୍ୟ, ପରିବହନ ଓ ରହଣୀ, ଅନୁଶାସନ, ଅଭ୍ୟର୍ଥନା,ପ୍ରଚାର ଓ ପ୍ରସାର,ଆଲୋଚନା (ସେମିନାର), ଡକୁମେଣ୍ଟେସନ୍ (ତଥ୍ୟକରଣ), କର୍ମଶାଳା, ସ୍ମରଣିକା, ସମ୍ବର୍ଧନା, ଗଣ ମାଧ୍ୟମ, ସାମାଜିଜ ମାଧ୍ୟମ,ନାଟ ଓ ଏଭଳି ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ ଓପ କମିଟି ପାଇଁ ଆଗ୍ରହୀ ସମସ୍ତ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏହି ସଭାରେ ଯୋଗ ଦେବାକୁ ନିବେଦନ କରାଯାଇଛି।