ମହାନଦୀରେ ଘଡିଆଳ କୁମ୍ଭୀର !
ସମ୍ବଲପୁର :ବିନିକା ସହର ଦେଇ ଯାଇଥିବା ଚିରସ୍ରୋତା ମହାନଦୀ ପାଣିରେ କୁଆଡେ ଘଡିଆଳ କୁମ୍ଭୀର ଭାସମାନ ଅବସ୍ଥାରେ ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ।ଯାହା ଫଳରେ ନଦୀରେ କୁମ୍ଭୀର ଥିବା ନେଇ ପ୍ରଚାର ହେବାପରେ କୁମ୍ଭୀର ଦେଖିବା ନେଇ ଉଭୟ ନଦୀକୁଲ ଓ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ପ୍ରବାହିତ ନଦୀ କୂଳର ଗୋଟିଏ ପଟେ ବିନିକା ସହରବାସୀ,ଭମରପାଲି, ମଣିଗାଁ, ସେଳେଡି, କର୍ତଙ୍ଗ, ପଣ୍ଡକିତାଲ ବାସୀ ରହୁଥିବା ବେଳେ ଅନ୍ୟ ପଟରେ ଇଚ୍ଛାପୁର,ଚଡେଇପଙ୍କ ଆଦି ଅନେକ ଗ୍ରାମର ଲୋକେ ସ୍ନାନ,ଶୌଚ ପାଇଁ ବ୍ୟବହାର କରି ଆସୁଥିବାରୁ ବର୍ତ୍ତମାନ ନଦୀ ଭିତରକୁ ଯିବାକୁ ଭୟଭୀତ ହୋଇ ପଡିଛନ୍ତି। ଖବର ପାଇ ଶୁକ୍ରବାର ବିନିକା ବନ ବିଭାଗ ଫରେଷ୍ଟର ବନମାଳୀ ପାଣ୍ଡେଙ୍କ ନେତୃତ୍ୱରେ ଏକ ଟିମ ମହାନଦୀକୁ ସଂଯୋଗ କରୁଥିବା ଅଙ୍ଗନଦୀ ମୁହାଣରୁ ଜିରାନଦୀ ପର୍ଯ୍ୟନ୍ତ ମାଇକ ଯୋଗେ ମହାନଦୀରେ କୁମ୍ଭୀର ଆସିଥିବା ନେଇ ଲୋକଙ୍କୁ ସଚେତନ କରିଥିଲେ। ଫଳରେ ମହାନଦୀରେ କୁମ୍ଭୀର କୁ ନେଇ ଅଞ୍ଚଳରେ ଛନକା ପଶିଛି।

