Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷାନୁଷ୍ଠାନଗୁଡ଼ିକ ଦୁଇ ଦିନ ପାଇଁ ବନ୍ଦ ରହିବା ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆଜି ସୂଚନା ଦେଇଛନ୍ତି।

ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗ ନୂଆପଡ଼ା ବ୍ୟତୀତ ସମସ୍ତ ଜିଲ୍ଲାର ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଦୀପାବଳୀ ପାଇଁ ଅକ୍ଟୋବର ୨୦ ଅର୍ଥାତ୍ ସୋମବାର ଦିନ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ରାଜ୍ୟ ସରକାର ପୂର୍ବରୁ ଅକ୍ଟୋବର ୨୧ ତାରିଖରେ ଦୀପାବଳୀ ଉପଲକ୍ଷେ ସରକାରୀ କ୍ୟାଲେଣ୍ଡର ଅନୁଯାୟୀ ଛୁଟି ଘୋଷଣା କରିଥିଲେ ବୋଲି S&ME ବିଭାଗ ତରଫରୁ କୁହା ଯାଇଛି।ଦୀପାବଳି ଛୁଟି ସମ୍ପର୍କିତ ଏକ ଚିଠି ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଏବଂ ସମସ୍ତ ସରକାରୀ ଏବଂ ବେସରକାରୀ କଲେଜର ଅଧ୍ୟକ୍ଷ ମାନଙ୍କୁ ପ୍ରଦାନ କରାଯାଇଛି।”

ତେବେ ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଦୀପାବଳି ପାଳନ ହେତୁ ଅକ୍ଟୋବର ୨୦ ତାରିଖରେ ବନ୍ଦ ରହିବ ଓ ଏହାକୁ ଏକ ସ୍ଥାନୀୟ ଛୁଟି ବଦଳରେ ଅତିରିକ୍ତ ଛୁଟି ଭାବରେ ବିବେଚନା କରାଯିବ ବୋଲି ଚିଠିରେ ଲେଖାଯାଇଛି।ତେବେ ସରକାରୀ କ୍ୟାଲେଣ୍ଡର ଅନୁଯାୟୀ ଦୀପାବଳି ଯୋଗୁଁ ଅକ୍ଟୋବର ୨୧ ତାରିଖରେ ମଧ୍ୟ ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ