୨୩ରେ କରଣ ସମାଜ ପକ୍ଷରୁ ଶ୍ରୀ ଚିତ୍ରଗୁପ୍ତ ପୁଜା

୨୩ରେ କରଣ ସମାଜ ପକ୍ଷରୁ ଶ୍ରୀ ଚିତ୍ରଗୁପ୍ତ ପୁଜା
ସମ୍ବଲପୁର:ଆସନ୍ତା ୨୩ ତାରିଖରେ ଶ୍ରୀ ଚିତ୍ରଗୁପ୍ତ ପୁଜା ଆୟୋଜନ କରାଯିବ।ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି।ପ୍ରତ୍ୟେକ ବର୍ଷ ପରି କରଣ ସମାଜ ପକ୍ଷରୁ ଏହି ପୁଜା ମହା ଆଡମ୍ବର ରେ ପାଳନ କରାଯିବ ବୋଲି ସମ୍ବଲପୁର କରଣ ସମାଜର ଉପ ସଭାପତି ସମରଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି ପୁଜାକୁ ଭକ୍ତି, ଶ୍ରଦ୍ଧା ଓ ଶାନ୍ତିଶୃଙ୍ଖଳା ର ସହ ପାଳନ କରିବା ପାଇଁ ସଭାପତି ଭାବେ ସନ୍ଦୀପ ପଟ୍ଟନାୟକ(ଭୁକନ) ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।ସୂଚନା ଅନୁଯାୟୀ ୨୨ ତାରିଖରେ ଫ୍ରେଜର କ୍ଲବରୁ ବାଲିବନ୍ଧା ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା, ୨୩ ତାରିଖ ସକାଳ ୯ ଟାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମନ୍ଦିରରେ ପୁଜା ଓ ପ୍ରସାଦ ସେବନ, ୨୪ ରେ ବିସର୍ଜନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ସୁଧୀର ବହିଦାର ଶ୍ରୀ ଚିତ୍ରଗୁପ୍ତ ପୁଜା ର କର୍ତ୍ତା ଭାବେ ସମସ୍ତ ପୁଜା ବିଧି ପାଳନ କରିବେ। ସମସ୍ତ କରଣ ପରିବାର ଏହି ଭବ୍ୟ ଚିତ୍ରଗୁପ୍ତ ପୂଜା ରେ ଉପସ୍ଥିତ ରହି ଅନୁଷ୍ଠାନ ର ଗାରିମା ବୃଦ୍ଧି କରିବେ ବୋଲି ସମାଜ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।