Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲିରେ ଆର୍ଥିକ ସ୍ଵାକ୍ଷରତା ଓ ସଚେତନତା ଶିବିର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ର ଜିଲ୍ଲା ସଂଚୟ ଏବଂ ଆର୍ଥିକ ସେବା ସଂଗଠନ ପକ୍ଷରୁ ରେଙ୍ଗାଲି ପଂଚାୟତ ସମିତି ସଭାଗୃହ ଠାରେ ଏକ ଆର୍ଥିକ ସ୍ଵାକ୍ଷରତା ଓ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବ୍ଲକ ର ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସୁପରଭାଇଜର ମାନେ ଅଂଶଗ୍ରହଣ କରିଥିଲେ।

ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଷ୍ଟେଟ ବ୍ୟାଙ୍କ ଏଫ ଇଣ୍ଡିଆ, ରେଙ୍ଗାଲି ର ଶାଖା ପରିଚାଳକ ପ୍ରଶାନ୍ତ କୁମାର ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆର୍ଥିକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ରେଙ୍ଗାଲି ସିଡିପିଓ ଶ୍ରୀମତୀ ୟାମିନୀ ଅଦା ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ରେଙ୍ଗାଲି ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ଶଶାଙ୍କ ଶେଖର ପ୍ରଧାନ ସମାଜ ମଙ୍ଗଳ ର ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ।
ସମ୍ବଲପୁର ଜିଲ୍ଲା ସହ ନିର୍ଦେଶକ, ସଂଚୟ ଓ ଆର୍ଥିକ ସେବା, ନୀଳାଞ୍ଚଳ ସେଠୀ ଡାକଘର ଜମା ତଥା ଡିଜିଟାଲ ଫର୍ଡ ତଥା ଅନଲାଇନ ଠକେଇ ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ବିଭାଗୀୟ ସହାୟକ ବିନୀତ କୁମାର ପ୍ରଧାନ, ମିହିର ମହାନ୍ତି, ବାବୁଲୁ ମୁଣ୍ଡା, ହରିଶଙ୍କର କଉଡ଼ି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ