ପିଲାଙ୍କ ସମାବର୍ତନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ପୂର୍ବାହ୍ଣ ରେ ଗ୍ରୁମିଙ୍ଗ ଛାତ୍ରଛାତ୍ରୀ ଙ୍କ ସମାବର୍ତନ ଉତ୍ସବ ପାଳନ ର ପ୍ରସ୍ତୁତି ବୈଠକ ସମ୍ପ୍ରତି ଲାଇବ୍ରେରୀ ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତା।ରେ ଅନୁଷ୍ଠିତ ଏହି ବୈଠଜ ରେ ଗ୍ରୁମିଙ୍ଗ ପ୍ରକଳ୍ପ ରେ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ୫୧ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଆରମ୍ଭ ରୁ କର୍ୟ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ୨.୧୧.୨୫ ଦିନ ପୂର୍ବାହ୍ନ ରେ ସମ୍ବଲପୁର ଆଇ.ଆଇ.ଏମ ପରିସର ରେ ହେବାକୁ ଥିବା ସାର୍ଟିଫିକେଟ ପ୍ରଦାନ ଉତ୍ସବ,ପ୍ରାକ ଅଭ୍ୟାସ , ବୃକ୍ଷରୋପଣ ତଥା ଆଇ.ଆଇ.ଏମ ପରିଭ୍ରମଣ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସଭ୍ୟ ଇ.ସୁଶାନ୍ତ କୁମାର ଗୁରୁ ସେଦିନ ପିଲା ଓ ତାଙ୍କ ପିତା, ମାତା ,ସାଧନ କର୍ମୀ ଓ ବିଦ୍ୟାଳୟ ମୁଖ୍ୟ ଙ୍କ ଆଇ.ଆଇ.ଏମ କୁ ସ୍ୱତନ୍ତ୍ର ବସ ରେ ଯିବା ଆସିବା ସମ୍ବନ୍ଧୀୟ ବ୍ୟାପକ ସୂଚନା ଦେଇଥିଲେ।ସେଦିନ ସକାଳ ୭.୩୦ ସୁଦ୍ଧା ସମସ୍ତେ ଲାଇବ୍ରେରୀ କୁ ପହଞ୍ଚି ବାକୁ କୋଷାଧ୍ୟକ୍ଷ ପୃଥ୍ୱୀରାଜ ମିଶ୍ର
ସୂଚୀତ କରିଥିଲେ।ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଓ ପ୍ରୋ.ପାଢ଼ୀ ପିଲାଙ୍କୁ ଆଶୀର୍ବାଦ ଓ ଶୁଭେଛା ଜଣେଇବା ସହ, ମୁଖ୍ୟଅତିଥି ଭାବେ ଶ୍ରୀ ଦୀପକ ମାଲବ୍ୟ ଓ ମୁଖ୍ୟବକ୍ତା ଭାବେ ପ୍ରୋ.ସୁମତ ଅଗ୍ରୱାଲ ଯୋଗ ଦେଉଥିବା ସୂଚନା ଦେଇଥିଲେ.।ଜାତୀୟ ସଙ୍ଗୀତ ଗାନ ପରେ ସଭା ସାଙ୍ଗ ହେଲା।