Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ସମଲେଶ୍ୱରୀ ପୀଠରେ ଦୀପାବଳୀ, ଜଳିଲା ୧୧ ହଜାର ଦୀପ

ସମ୍ବଲପୁର:ଦୀପାବଳୀ ରାତିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେପାଳନ ହୋଇଛି ନିଆରା ଦୀପାବଳୀ ଉତ୍ସବ । ସୋମବାର ସନ୍ଧ୍ୟାରେ ଦୀପାବଳୀ ଅବସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମଲେଶ୍ୱରୀ ମନ୍ଦିର ପରିସରରେ ୧୧ ହଜାର ପ୍ରଦୀପ ପ୍ରଜ୍ବଳନ କରାଯାଇ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି। ଯାହାଥିଲା ଭଗବାନ ଙ୍କ ଠାରୁ ପ୍ରଶାସନ ସହିତ ଭକ୍ତ ଓ ଜନସାଧାରଣ ଙ୍କ ଅପୂର୍ବ ମିଳନ।

ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ଏସଏମସି କମିଶନର ରେହାନ କ୍ଷତ୍ରୀ, ଉପଜିଲ୍ଲାପାଳ ଡ଼ଃ. ପୁଷ୍ପାଞ୍ଜଳି ପଣ୍ଡା,ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ପ୍ରଫୁଳ୍ଲ ହୋତାଙ୍କ ପରି ପ୍ରମୁଖ ସଦସ୍ୟଙ୍କ ସହ ଭକ୍ତ ଓ ଜନତା ସମଲେଶ୍ୱରୀ ମନ୍ଦିରରେ ଉପସ୍ଥିତ ରହି ଏହି ଦୀପ ପ୍ରଜ୍ବଳନ କରିମାଙ୍କ ଆଶୀର୍ବାଦ ନେଇଥିଲେ।

ପ୍ରଥମ ଥର ପାଇଁ ସମଲେଶ୍ୱରୀ ମନ୍ଦିରରେ ଏହିଭଳି ଦୀପାବଳୀ ପାଳନ ହେଉଥିବାରୁ ଅପୂର୍ବ ଜନସମାଗମ ହୋଇଥିଲା। ଆଗକୁ ପ୍ରତ୍ୟେକ ବର୍ଷ ଏହିଭଳି ଦୀପାବଳୀ ପାଳନ କରାଯିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ଉତ୍କଳ କନ୍ୟାଶ୍ରମର ଅନ୍ତେବାସୀ କନ୍ୟା ସମୂହ ଦୀପାବଳୀରେ ସାମିଲ ହୋଇଥିଲେ।ଆରମ୍ଭ ହୋଇଥିବା ଏହି ପରମ୍ପରା ଆଗକୁ ଆହୁରି ସୁନ୍ଦର ଓ ବର୍ଣାଢ୍ୟ କରିବାକୁ ପ୍ରୟାସ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇ ଏଭଳି ପରମ୍ପରା ଆଗକୁ ସମାଜକୁ ନୁଆଁ ଦିଶା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି।

ସମ୍ବଲପୁର ଜିଲ୍ଲପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହି ଅବସରରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଦୀପ ପ୍ରଜ୍ବଳନ କରି ସମ୍ବଲପୁରବାସୀଙ୍କୁ ଦୀପାବଳୀ ର ଶୁଭକାମନା କରି ଜିଲ୍ଲାବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories