Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ବାଲ ଆଶ୍ରମ ରେ ଦୀପାବଳି ପାଳିଲେ ଜିଲ୍ଲାପାଳ

ସମ୍ବଲପୁର:ଉତ୍କଳ ବାଲ ଆଶ୍ରମରେଦୀପାବଳି ପାଳିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର। ସମ୍ବଲପୁର ସ୍ଥିତ ଉତ୍କଳ ବାଲ୍ ଆଶ୍ରମ ର ଶିଶୁମାନଙ୍କ ସହିତ ଦୀପାବଳି ଉତ୍ସବରେ ଜିଲ୍ଲାପାଳ ସାମିଲ ହୋଇ ସେମାନଙ୍କ ମୁହଁରେ ହସ ଫେରାଇଛନ୍ତି।

ଏହି ଅବସରରେ ଅନ୍ତେବାସୀ ମାନଙ୍କ ସହିତ ଦୀପାବଳିର ଆଲୋକ ଓ ଆନନ୍ଦ ସହିତ ସେମାନଙ୍କ ସହ ଖୁସୀ ମଜା କରି ଆଲୋକର ପର୍ବ ଦୀପାବଳିରେ ପରସ୍ପର ମଧ୍ୟରେ ଅଦାନ-ପ୍ରଦାନ କରି ସମ୍ପୂର୍ଣ୍ଣ ପ୍ରଶାସନ ସେମାନଙ୍କ ପଛରେ ରହିଛି ଓ ଏହି ଅନ୍ତେବାସୀ ମାନେ ସମାଜ ପାଇଁ ନୂତନ ଆଶାର ଆଲୁଅ ବୁଣିବେ ବୋଲି ଜିଲ୍ଲାପାଳ କହି ସେମାନଙ୍କ ଉତ୍ସାହ ବଢ଼ାଇଛନ୍ତି।

ସୂଚନା ଯୋଗ୍ୟଯେ, ମୋଟ ୬୫ ଜଣ ଉତ୍କଳ ବାଲ ଆଶ୍ରମ ଶିଶୁଙ୍କ ଗହଣରେ ଜିଲ୍ଲାପାଳ ଏହି ପର୍ବ ପାଳନ କରି ଅନ୍ତେବାସୀଙ୍କ ମନରେ ଖୁବ୍ ଆନନ୍ଦ ଓ ଖୁସିର ପରିବେଶ ତିଆରି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ