Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲ ଭିତରେ କଏଦୀଙ୍କ ସନ୍ଦେହ ଜଣକ ମୃତ୍ୟୁ

ସମ୍ବଲପୁର: ବରଗଡ଼ ଜିଲ୍ଲା କାରାଗାରରେ ସୋମବାର ରାତିରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅତାବିରା ଥାନା ଜହ୍ନାପଡା ଗ୍ରାମର ଗିରିଧାରୀ ରୋହିଦାସ(୩୮) । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସୋମବାର ବିଳମ୍ବିତ ରାତିରେ ସେ ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଥିବା କୁହାଯାଉଛି।କିନ୍ତୁ ଜେଲ ଭିତରକୁ ବିଦ୍ୟୁତ ତାର ଗଲା କୁଆଡୁ? ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସରୁ ଗିରିଧାରୀ ଏକ ପୋକ୍ସୋ ମାମଲାରେ ଗିରଫ ହୋଇ ବରଗଡ଼ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ।ଆଜି ସକାଳୁ ତାଙ୍କ ମୃତ୍ୟୁ ଖବର ଚହଳ ପକାଇଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ