Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧୀଙ୍କ ପୋଷାକ ନୁହେଁ, ତାଙ୍କ ବିଚାରଧାରା ହିଁ ଆମର ଆଦର୍ଶ

ସମ୍ବଲପୁର:ଗାନ୍ଧୀ ଙ୍କ ବେଶ ପୋଷାକ ନୁହେଁ, ତାଙ୍କ ବିଚାରଧାରା ହିଁ ଆମର ଆଦର୍ଶ। ଯାହା ଦୂର ଦିଗବଳୟ।ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଆଜିର ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର ଶୀର୍ଷକ ଏକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନାଗପୁର ବିଶ୍ୱବିଦ୍ୟାଳୟ ର ଗାନ୍ଧୀ ବିଚାର ଧାରା ବିଭାଗ ର ପ୍ରୋଫେସର ଡ଼. ଶୀଳାଦିତ୍ୟ ବିକାଶ ଶ୍ରୀ ଚନ୍ଦନ ସିଂ ଏହା କହିଛନ୍ତି।

ମହାତ୍ମାଗାନ୍ଧୀ ଙ୍କ ଚିନ୍ତାଧାରା ଉପରେ ଆଲୋଚନା କରି ମହାତ୍ମା ଗାନ୍ଧୀ ଙ୍କୁ ପୃଥିବୀ ର ଅଦ୍ୱିତୀୟ ମଣିଷ ଭାବେ ଚିତ୍ରଣ କରି ଦକ୍ଷିଣ ଆଫ୍ରିକା ତଥା ରୁଷିଆ ,ଆରବ ପ୍ରଭୁତି ଦେଶର ସମସ୍ୟା ସମାଧାନ କରିବାରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଉପରେ ବିଭିନ୍ନ ଉଦାହରଣ ସହ ସେ ତଥ୍ୟ ଦେଇ ବୁଝେଇଥିଲେ। ଗାନ୍ଧୀ ଥିଲେ ଅସହାୟ ଓ ଗରିବ ଙ୍କ ପାଇଁ କାମ କରିଥିବା ଜଣେ କିମ୍ବଦନ୍ତୀ ପୁରୁଷ।ସମାଜ ସେବା କ୍ଷେତ୍ରରେ ଜଣେ କର୍ମଯୋଗୀ ଭାବେ ନିଜ କାମ ନିଜେ କରିବାକୁ ତାଙ୍କର ଆହ୍ୱାନ କୁ ସେ ନିଜେ ପ୍ରମାଣ କରି ଦେଖେଇଥିଲେ ସାରା ଦୁନିଆକୁ।ତେଣୁ ଆଜିର ଏହି ସଙ୍କଟ ମୟ ପରିପ୍ରେକ୍ଷୀରେ ଗାନ୍ଧିବିଚାର ଧାରାର ପ୍ରାସଙ୍ଗିକତା ରହିଥିବା କହିଥିଲେ।ନିଜ ବକ୍ତବ୍ୟ ପରେ ସେ ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଲାଇବ୍ରେରୀର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପ୍ରଫେସର ଶଙ୍କର ପ୍ରସାଦ ପତି ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ସଭ୍ୟସମ୍ପାଦକ ରଘୁନାଥ ମିଶ୍ର ମଞ୍ଚାସୀନ ଥିବାବେଳେ ଶେଷରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ