ମିତବ୍ୟୟିତା, ସ୍ୱଳ୍ପ ସଂଚୟ ଓ ଆଜିର ସାଇବର ଠକେଇ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ମିତବ୍ୟୟିତ, ସ୍ୱଳ୍ପ ସଂଚୟ ଓ ସାଇବର ଠକେଇ ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ସହ ନିର୍ଦେଶକ, ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ନୀଳାଞ୍ଚଳ ସେଠୀ ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି ବକ୍ତୃତା ପ୍ରତିଯୋଗିତା ରେ ସମ୍ବଲପୁର ର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ l
ପ୍ରାରମ୍ଭିକ ସୂଚନା ଦେଇ, ଶ୍ରୀ ସେଠୀ କହିଲେ ଯେ, ଆଜିର ଜୀବନ ରେ ସଂଚୟ ର ଅନେକ ଆବଶ୍ୟକତା ରହିଛି l ଭବିଷ୍ୟତ କୁ ସୁରକ୍ଷିତ କରିବା ପାଇଁ ସଂଚୟର ଆବଶ୍ୟକତା ବହୁତ l ତେଣୁ ମିତବ୍ୟୟିତା କୁ ସୁପ୍ରବନ୍ଧନ କରିବା ସହ ସଂଚୟ ପ୍ରତି ଧ୍ୟାନ ଦେବା ଉଚିତ l ଏଥିସହ ସାଇବର ଠକେଇ ର ବ୍ୟାପକତା ବଢିଛି ତେଣୁ, ନିଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ ହେବା ଜରୁରୀ ବୋଲି କହିଥିଲେ l
ଏହି ପ୍ରତିଯୋଗିତା ରେ ବିଚାରକ ଭାବରେ ତ୍ରିଲୋଚନ ତ୍ରିପାଠୀ, ରାଜାରାମ ପାଢ଼ୀ ଓ ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ବିଚାରକ ଭାବରେ ଯୋଗ ଦେଇ ଜୀବନ ଶୈଳୀ ଶୃଙ୍ଖଳିତ କରିବା ସହ ସୁରକ୍ଷିତ ଭବିଷ୍ୟତ ଗଢିବା ପାଇଁ ସଂଚୟ ପ୍ରତି ଆଗ୍ରହ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ପ୍ରତିଯୋଗୀତା ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ବିକାଶ ଦି କନସେପ୍ଟ ସ୍କୁଲ, ଶାସନ ର ଅମିନିତା ଶତପଥି (ପ୍ରଥମ ),ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଢାରଜା ର ରାଖୀ ଶର୍ମା ( ଦ୍ଵିତୀୟ ) ଓ ବାଲିବାନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସୋଫିଆ ମଲ୍ଲିକ ( ତୃତୀୟ ) ହୋଇଥିଲେ l
ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ତପସ୍ୱିନୀ ପ୍ରେକ୍ଷାଲୟ ଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱ ମିତବ୍ୟୟିତା ଦିବସରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ ବୋଲି ସହ ନିର୍ଦେଶକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି l

