Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛଟପୂଜା ପାଇଁ ଚାଲିଛି ଘାଟ ନିର୍ମାଣ, ମରାମତି ଓ ସଫେଇ

ସମ୍ବଲପୁର:ଆଗାମୀ ଦିନରେ ସୂର୍ଯ୍ୟ ଉପାସନାକୁ ନେଇ ପାଳିତ ଛଟପୂଜା ପାଇଁ ବିଭିନ୍ନ ନଦୀଘାଟ ଓ ଅନ୍ୟାନ୍ୟ ଜଳସ୍ରୋତ ସମ୍ମୁଖରେ ଥିବା ଘାଟ ଗୁଡିକ ରେ ନୂତନ ନିର୍ମାଣ ଓ ମରାମତି କାର୍ଯ୍ୟ ସହିତ ସଫେଇ ଅଭିଯାନ ଆରମ୍ଭ ହୋଇଯାଇଛି ।‌ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ସଫେଇ ଅଭିଯାନ ପାଇଁ ଏଥର ବିଶେଷ ତତ୍ପରତା ପରିଲକ୍ଷିତ ହେଉଛି ।‌
ଏକଥା ନିଶ୍ଚିତ ରୂପେ ସ୍ବୀକାର କରିବାକୁ ପଡ଼ିବ କି ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହେବା ପରଠାରୁ ଏହି ତତ୍ପରତାରେ ବୃଦ୍ଧି ହୋଇଛି।‌ ବର୍ତ୍ତମାନ କେନ୍ଦ୍ର ସହିତ ରାଜ୍ୟରେ ମଧ୍ୟ ଭାଜପାର ସରକାର ଗଠନ ଯୋଗୁଁ ଏଭଳି ଧାର୍ମିକ କାର୍ଯ୍ୟକ୍ରମରେ ତାଙ୍କ ସମର୍ଥନ ରହିଛି।‌ ଏପରି କି ସମ୍ବଲପୁର ସାଂସଦ ନିର୍ବାଚିତ ହେବା ଆଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଦିଗରେ ସମ୍ପୃକ୍ତି ଦେଖିବାକୁ ମିଳିଥିଲା ଓ ଗତ ଦୁଇ ବର୍ଷ ସେ ଏଠାକାର ଛଟପୂଜା ସମୟ ରେ ନିଜେ ପ୍ରତ୍ୟକ୍ଷ ରୂପେ ସାମିଲ ହୋଇଥିଲେ, ୨୦୨୩ ରେ ତ ନିର୍ବାଚିତ ହେବା ପୂର୍ବରୁ ଓ ୨୦୨୪ରେ ନିର୍ବାଚିତ ସାଂସଦ ଭାବେ ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ସାଂସଦ ଶ୍ରୀପ୍ରଧାନ ବିହାର ବିଧାନସଭା ନିର୍ବାଚନରେ ପାର୍ଟି ପ୍ରଭାରୀ ଦାୟିତ୍ଵରେ ଅଛନ୍ତି।ସମ୍ବଲପୁର ଆସିବାର ସମ୍ଭାବନା କମ ଥିବାସତ୍ତ୍ୱେ ସେଠାରେ ରହି ମଧ୍ୟ ଏଠାକାର ଛଟପୂଜା ପ୍ରସ୍ତୁତିକୁ ନେଇ ଟିକିନିଖି ଖବର ରଖୁଛନ୍ତି । ରାଜ୍ୟର କୋଣାର୍କରେ ଐତିହାସିକ ସୂର୍ଯ୍ୟ ମନ୍ଦିର ନିର୍ମାଣ ସତ୍ତ୍ୱେ ଏଠାରେ ସୂର୍ଯ୍ୟ ଉପାସନା ସେତେ ଲୋକପ୍ରିୟ ନଥିଲା, ଯାହାକି ସମ୍ପୂର୍ଣ୍ଣ ଉତ୍ତର ଭାରତରେ ରହିଛି, ବର୍ତ୍ତମାନ ସାଂସ୍କୃତିକ ଆଦାନ ପ୍ରଦାନ ଯୋଗୁଁ ଏଠାରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳୁଛି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁର୍ଲାର ବିଷ୍ଣୁପଡ଼ା ଘାଟ, ମନ୍ଦଲିଆ, ବରେଇପାଲି, ମାରୱାଡ଼ି ପଡ଼ା, କଟର ଧୁଆ ବନ୍ଧ, କଦମ ମାଲ ଛଟ ଘାଟ, ହୀରାକୁଦ, ଛଟ ପୂଜା ଘାଟ, ଭଙ୍ଗାମୁଣ୍ଡା ବିହାରୀ ପଡ଼ା, ଝାଙ୍କରପଡ଼ା ଓ ଏକୋଡୋପଡ଼ା ଆଦି ସ୍ଥାନରେ ନୂତନ ନିର୍ମାଣ, ମରାମତି କାର୍ଯ୍ୟ ସହିତ ଏହି ସଫେଇ ଅଭିଯାନ ଚାଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ