କ୍ରୀଷ୍ଣା ଆଦିବାସୀ କ୍ଳବ ର ୩୦ତମ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସମ୍ବଲପୁର: ସ୍ଥାନୀୟ କ୍ରୀଷ୍ଣା ଆଦିବାସୀ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ୩୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି I ଏହି ଅବସରରେ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବୃବାହନ ଭୋଇ ମୁଖ୍ୟ ଅତିଥି ଏବଂ ସଂମାନିତ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଓପ ଇଣ୍ଡିଆ(ଲାଇଫ) ର ବିନୋଦ କୁମାର ମିଶ୍ର ଓ ଶୁଭ୍ରକାନ୍ତ ମିଶ୍ର ଯୋଗଦାନ କରି ପୂଜାର୍ଚ୍ଚନା ପୁର୍ବକ ମେଚ ଆରମ୍ଭ କରିଥିଲେ I ଏହି ଅବସରରେ କ୍ରୀଷ୍ଣା ଆଦିବାସୀ କ୍ଳବ ସଭାପତି ସୁରେଶ ଓରାମ, ସମ୍ପାଦକ ଭୀମ ଓରାମ ପ୍ରମୁଖ ଉପସ୍ଥିତ ଥିଲେ Iଏହା ବ୍ୟତୀତ କ୍ଳବର ସଦସ୍ୟ ମଗଶିର ଓରାମ, ଜଗଦୀଶ ଓରାମ,ମନୋଜ ଓରାମ, ଶୋଭା ଓରାମ, ଶ୍ୟାମ ଓରାମ, ଧର୍ମେନ୍ଦ୍ର ଓରାମ ପ୍ରମୁଖ ଅନେକ ସଦସ୍ୟ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୮ ଗୋଟି ଦଳ ଭାଗ ନେଇଛନ୍ତି I ପ୍ରଥମ ମେଚ ଜମାଦାରପାଳି (ତିହୁରା) ଓ ଭୁତାପଡା କ୍ଳବ ଭିତରେ ଆରମ୍ଭ ହୋଇଥିଲା।

