ମା ଝାଡେଶ୍ୱରୀ ମହାବିଦ୍ୟାଳୟର ସାଇବର ସଚେତନତା କର୍ମଶାଳା :ସଚେତନତା ହିଁ ସୁରକ୍ଷାର ମାର୍ଗ
ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସ୍ଥାନୀୟ ମା ଝାଡେଶ୍ୱରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଦର ଏସ୍ଡିପିଓ ତୋଫାନ ବାଗ, ନୋଡାଲ ଅଧିକାରୀ ତଥା ସାଇବର ଥାନା ଡିଏସ୍ପି ଈଶ୍ୱର ତାଣ୍ଡି,ସାଇବର ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ଧମା ଥାନା ଅଧିକାରୀ ଅଭିନବ ମିଶ୍ର, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ସଚେତନତା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ସାଂପ୍ରତିକ କାଳରେ ସାଇବର ସୁରକ୍ଷା ଏକ ଆହ୍ୱାନ ଏବଂ ଏଥି ନିମନ୍ତେ ସଚେତନତା ହିଁ ଏକମାତ୍ର ସୁରକ୍ଷାର ମାର୍ଗ ବୋଲି ପରାମର୍ଶ ଦେବା ସହ ନିଜେ ଏଥିପ୍ରତି ସଚେତନ ହେବା ସହ ନିଜ ପରିବାର ପରିଜନ, ବନ୍ଧୁ ବର୍ଗଙ୍କୁ ମଧ୍ୟ ସଚେତନ କରାଇବା ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ବୋଲି ସଂପ୍ରତି ଚାଲୁଥିବା ଇ-କମର୍ସ ରିଫଣ୍ଡ,ଆକର୍ଷଣୀୟ ଅଫର୍,ନକଲି ପରିଚୟ,ଓଟିପି, ଡିଜିଟାଲ ଆରେଷ୍ଟ,ପାର୍ସଲ କଷ୍ଟମ ଆଦି ବିଭିନ୍ନ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବା ତାହା ବିଭିନ୍ନ ଦୃଷ୍ଟାନ୍ତ ଆଧାରରେ ବୁଝାଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଭା ପୂର୍ବରୁ ପ୍ରଶାସନ ପକ୍ଷରୁ ଆସିଥିବା ସାଇବର ସୁରକ୍ଷା ସଚେତନତା ରଥକୁ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଭବ୍ୟ ସ୍ୱାଗତ କରିଥିଲେ।ସଭାରେ ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଧମା ଥାନା ପକ୍ଷରୁ ଏସ ଆଇ କ୍ଷୀରପ୍ରସଦ ମଲ୍ଲିକ, ପଦ୍ମନାଭ ଅଗସ୍ତି, ଜୟନ୍ତୀ ବେହେରା ପ୍ରମୁଖ ସହାୟତା କରିଥିଲେ। ଏବଂ ମହିବିଦ୍ୟାଳୟ ର ମିନତି ଦାଶ,ସ୍ମାରକୀ ମାହାର, ସ୍ୱାତି ପତି,ଅନ୍ତର୍ଯ୍ୟାମୀ ମହାକୁର,ସୁଦୀପ୍ତା ଦାଶ, ମୌସୁମୀ ଷଡଙ୍ଗୀ,ସଂସାର ପ୍ରଧାନ,ପ୍ରମୋଦ ଦେହେରି ତନ୍ମୟା ବେହେରା, ଅମୃତା ପଟନାୟକ, ସୁଶ୍ରୀତ ଷଢଙ୍ଗୀ,ଚୈତନ୍ୟ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

