ଡାକ୍ତର ଜନାର୍ଦନ ପୂଜାରୀଙ୍କ ଜୀବନୀ ପ୍ରକାଶ କରିବ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ
ସମ୍ବଲପୁର:ପୁଣ୍ୟାତ୍ମା ଡାକ୍ତର ଜନାର୍ଦନ ପୂଜାରୀ ଙ୍କର ଜୟନ୍ତୀ ଅବସରରେ ବାଲିବନ୍ଧା ସ୍ଥିତ ଡାକ୍ତର ଜନାର୍ଦନ ପୂଜାରୀ ଉଦ୍ୟାନ, ଗିତା ଗୁଡ଼ି ତଥା ସତସଙ୍ଗ ଆଶ୍ରମ, ଡାକ୍ତର ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଡାକ୍ତର ବାପା ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l
ଡାକ୍ତର ଜନାର୍ଦନ ପୂଜାରୀ ଉଦ୍ୟାନ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ, ଆଜିର ଯୁଗରେ ମଧ୍ୟ ଅସାଧାରଣ ବ୍ୟକ୍ତିତ୍ୱ ଙ୍କର ଆବିର୍ଭାବ ଘଟିଛି l ଏହି ଯୋଗଜନ୍ମା ମାନେ ସମାଜ କୁ ସତମାର୍ଗ ଦେଖାଇବା ପାଇଁ ସଦାସର୍ବଦା ଉଦ୍ୟମ କରିଆସିଛନ୍ତି l ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ରେ ଯିବା କିମ୍ବା ସେମାନଙ୍କୁ ଅନୁସରଣ କରିବା ଉପରେ ସମାଜ ର ମଙ୍ଗଳ ସାଧନା ନିର୍ଭର କରୁଛି l ଡାକ୍ତର ପୂଜାରୀ ଯୋଗଜନ୍ମା ରୂପେ ଜନ୍ମ ହୋଇ ବହୁ ସୁଗୁଣ ର ଅଧିକାରୀ ହୋଇ ସମାଜ କୁ ଆଲୋକ ବର୍ତ୍ତିକା ଦେଖାଇଛନ୍ତି l
ଡାକ୍ତର ଜନାର୍ଦନ ଙ୍କ ଜୀବନୀ କୁ ନେଇ ଏକ ପୁସ୍ତକ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପ୍ରକାଶନ କରିବ ବୋଲି ପ୍ରଫେସର ପାଢ଼ୀ କହିଥିଲେ l
ବରିଷ୍ଠ ସମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା କହିଲେ ଯେ, ବାଲ୍ୟବସ୍ଥାରୁ ଗ୍ରୀଷ୍ମ ଦିନରେ ମଧ୍ୟ ମହାନଦୀ ସଜ୍ଜ୍ୟା ରେ ଉତ୍ତପ୍ତ ପ୍ରସ୍ତର ଉପରେ ବସି ଧ୍ୟାନ କରୁଥିଲେ l ମହାନଦୀ ର ଆର ପାରିରୁ ଚିରା ଦଦରା ଶାଢ଼ୀ ପିନ୍ଧି କାଠ ନେଇ ସମ୍ବଲପୁର ସହରକୁ ବିକ୍ରି କରିବାକୁ ଆସୁଥିବା ମହିଳା ମାନଂକୁ ଦେଖି ଜଣେ ସାଧୁ ସନ୍ୟାସୀ ହେବାକୁ ମନସ୍ତ କରିଥିଲେ l
ବାଲ୍ୟବସ୍ଥା ରେ ଡାକ୍ତର ପୂଜାରୀ ଜାପାନ ଦେଶକୁ ଯାଇ ଧର୍ମ ଅଧ୍ୟୟନ କରିବାକୁ ଆଗଭର ହୋଇ ଯାଇଥିଲେ l ଭାଗବତ ସେବା ହିଁ ମାନବ ସେବା କୁ ଡାକ୍ତର ପୂଜାରୀ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ l ଗୀତା ଗୁଡ଼ିରେ ମଧ୍ୟ ଡାକ୍ତର ପୂଜାରୀ ଙ୍କ ଜୟନ୍ତୀ ପାଳନ କରଯାଇଥିଲା l ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ମାନଙ୍କରେ ସହରର ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଡାକ୍ତର ପୂଜାରୀ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

