Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରମ୍ପରା ରଖିଲେ: ରକ୍ତଦାନ କଲେ

ସମ୍ବଲପୁର: ସହରର ସର୍ବ ପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି ନନ୍ଦପଡା ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ପୁର୍ବରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ବଳିଷ୍ଠ ସାମାଜିକ ଦାୟିତ୍ୱ ଭାବେ ନନ୍ଦପଡା ଆୟୋଜନ କମିଟି ଦୀର୍ଘ ବର୍ଷ ଧରି ଏହି ପରମ୍ପରା ସାଇତି ରଖିଛି। ସକ୍ରିୟ ସଭ୍ୟମାନେ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରି ସମାଜ ଜନ କଲ୍ୟାଣ ପାଇଁ ନିଜ ଉତ୍ସର୍ଗିତ ଜୀବନର ମୂଲ୍ୟ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଶୀତଳ ଷଷ୍ଠୀ ଅବ୍ୟବହିତ ପୁର୍ବରୁ ସ୍ଥାନୀୟ ସଦର ହସପିଟାଲ ବ୍ଲଡ ବ୍ୟାଙ୍କ ଭବନରେ କମିଟି ସଦସ୍ୟ ୧୫ ୟୁନିଟ ରକ୍ତଦାନ କରି ନିଜର ଏହି ପରମ୍ପରା ବଜାୟ ରଖି ଆସିଥିବା ନିଦର୍ଶନ ଆଜି ଦେଖିବାକୁ ମିଳିଛି । ମହତ କାର୍ଯ୍ୟ ପାଇଁ ଯାତ୍ରା କମିଟିର ଏହି ଅଭିନବ ଉଦ୍ୟମକୁ ସବୁ ମହଳରେ ପ୍ରଶଂସା କରାଯାଉଛି ।