Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗର ତଲାସୀ ଅଭିଯାନ ଜୋରଦାର

୬୯ ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୫ ବାଇକ୍ ଓ ଏବଂ ଏକ ଚାରିଚକିଆ ଯାନ
ସମ୍ବଲପୁର: ନୂଆପଡା ଉପନିର୍ବାଚନ ପାଇଁ ମାଦକ ଦ୍ରବ୍ୟର ଅବାଧ କାରବାର ରୋକିବା ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇବା ସହିତ ତଲାସୀ ଅଭିଯାନକୁ ଜୋରଦାର କରିଛି l ଗତ ୨୪ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୭୦ ଲି ହାତ ରନ୍ଧା ମଦ,୮ ଲି ବାହାର ଭାଟି ମଦ, ୪୧୦୦ କେଜି ମହୁଲ ପୋଚ ଏବଂ ୧୪.୫୦୦ ଲି କଫ ଶିରଫ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୨ଲକ୍ଷ ୪୭ ହଜାର ୫୦୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୪୧୭୦ ଲି ହାତ ରନ୍ଧା ମଦ,୧୦୬୨ ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ, ୧୪.୫୦୦ ଲି କଫ ଶିରଫ ଏବଂ ୯୮ ,୪୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୬୯ ଲକ୍ଷ ୭୦ ହଜାର ୧୪୨ ଟଙ୍କା ହେବ l ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ୧୩୧ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୭୯ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l
ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories