Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନ ପାଇଁ କାର୍ଯ୍ୟକ୍ଷମ ହେଲା ଜିଲ୍ଲା ସ୍ତରୀୟ ଅଭିଯୋଗ କମିଟି

ନୂଆପଡା:ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବିତୀୟ ମହଲାରେ କାର୍ଯ୍ୟକ୍ଷମ ହୋଇଛି ଜିଲ୍ଲା ସ୍ତରୀୟ ଅଭିଯୋଗ କମିଟି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସିଇଓ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର,
ଜିଲ୍ଲା କୋଷାଗାର ଅଧିକାରୀ ମର୍ଦ୍ଦରାଜ ମହାଲିଙ୍ଗ ଏହି କମିଟିର ସଦସ୍ୟ ଅଛନ୍ତି l ନିର୍ବାଚନ ସମୟରେ ଜବତ ଟଙ୍କା, ସାମଗ୍ରୀ ଇତ୍ୟାଦି ମୁକ୍ତ କରିବା ପାଇଁ ଜଣେ ବ୍ୟକ୍ତି ଏହି କମିଟି ନିକଟରେ ଆବେଦନ/ପରାମର୍ଶ କରି ପାରିବେ l ଜବତ ବିରୁଦ୍ଧରେ ଆବେଦନର ପ୍ରକ୍ରିୟା ଜବତ ଦସ୍ତାବିଜ ରେ ଉଲ୍ଲେଖ କରାଯିବ l ଜବତ ସମୟରେ ଏହା ପୀଡିତ ବ୍ୟକ୍ତିଙ୍କୁ ଜଣାଇବାକୁ ପଡିବ। କୌଣସି ପରିସ୍ଥିତିରେ ମଧ୍ୟ ଯଦି କୌଣସି ଏଫ୍ ଆଇ ଆର୍, ଅଭିଯୋଗ ଦାଖଲ ନ ହୋଇଛି ତାହେଲେ ଜବତ ନଗଦ / ମୂଲ୍ୟବାନ ଜିନିଷ ମତଦାନ ତାରିଖ ପରେ ସାତ ଦିନରୁ ଅଧିକ ସମୟ ପାଇଁ ବିଚାରାଧୀନ ରଖାଯିବ ନାହିଁ l କମିଟିର କାର୍ଯ୍ୟକାରିତାକୁ ବ୍ୟାପକ ପ୍ରଚାର କରିବା ପାଇଁ ଏହାଦ୍ବାରା ଜନସାଧାରଣଙ୍କୁ ଜଣାଇ ଦିଆ ଯାଉଛି। ନିର୍ବାଚନ ସମୟରେ ଜବତ ଟଙ୍କା , ସାମଗ୍ରି ସମ୍ବନ୍ଧରେ କୌଣସି ଅଭିଯୋଗ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସିଇଓ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ ମୋବାଇଲ୍ ନମ୍ବର ୯୪୩୭୪୫୭୭୬୪, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର, ୯୪୩୮୩୨୯୨୪୪ ଏଵଂ ଜିଲ୍ଲା କୋଷାଗାର ଅଧିକାରୀ ମର୍ଦ୍ଦରାଜ ମହାଲିଙ୍ଗ, ୯୪୩୯୭୫୩୪୫୧ ନମ୍ବର୍ ରେ ପୀଡ଼ିତ ବ୍ୟକ୍ତି ଜଣାଇ ପାରିବେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories