Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବାଧ ଓ ନିରପେକ୍ଷ ଭୋଟ ଦାନ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରୟାସନୂଆପଡା ଉପନିର୍ବାଚନ ପାଇଁ ସୂକ୍ଷ୍ମ ପର୍ଯ୍ୟବେକ୍ଷକଙ୍କୁ ତାଲିମ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ସୂକ୍ଷ୍ମ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ସ୍ଥାନୀୟ ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରି ସୂକ୍ଷ୍ମ ପର୍ଯ୍ୟବେକ୍ଷକ ମାନଙ୍କ ଗୁରୁଦାୟିତ୍ଵ ସମ୍ବନ୍ଧରେ ଅବଗତ କରାଇଥିଲେ l ସୂକ୍ଷ୍ମ ପର୍ଯ୍ୟବେକ୍ଷକ ମାନେ ହେଉଛନ୍ତି ନିର୍ବାଚନ କମିଶନର ତଥା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଆଖି ଓ କାନ, ଏପରି ଜିଲ୍ଲାପାଳ ବୁଝାଇ ଦେଇ ତାଙ୍କର ମୌଳିକ କାମ ହେଉଛି ମତଦାନ ପ୍ରକ୍ରିୟା ମୁକ୍ତ ଓ ନିରପେକ୍ଷ ଭାବରେ ସମ୍ପାଦିତ ହେବା ସହ ମତଦାନରେ କୌଣସି ପ୍ରକାରର ବାଧା ହେଉଛି କି ନାହିଁ ଦେଖିବା ଏବଂ ବିଭିନ୍ନ ବିଷୟରେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ କରିବା।ସେମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ବ ନିର୍ବାହ କଲେ ଶତ ପ୍ରତିଶତ ସଫଳତା ସହିତ ଉପନିର୍ବାଚନ ସମ୍ପନ୍ନ ହୋଇ ପାରିବ l ଡେପୁଟି କଲେକ୍ଟର ନିର୍ବାଚନ ଶେଖ୍ ନସିମ୍ ସୂକ୍ଷ୍ମ ପର୍ଯ୍ୟବେକ୍ଷକ ମାନଙ୍କ ସଂପୂର୍ଣ୍ଣ ଦାୟୀତ୍ଵ ସମ୍ବନ୍ଧରେ ପାୱାର ପଏଣ୍ଟ୍ ମାଧ୍ୟମରେ ଉପସ୍ଥାପନା କରିଥିଲେ l
ମତଦାନ ଆରମ୍ଭ ହେବାର ଅତି କମରେ ୯୦ ମିନିଟ୍ ପୂର୍ବରୁ ମାଇକ୍ରୋ ପର୍ଯ୍ୟବେକ୍ଷକମାନେ ମତଦାନ କେନ୍ଦ୍ରରେ ପହଞ୍ଚିବେ l
ସେମାନେ ମତଦାନ କେନ୍ଦ୍ରରେ ପ୍ରସ୍ତୁତିର ମୂଲ୍ୟାଙ୍କନ, ନିଶ୍ଚିତ ସର୍ବନିମ୍ନ ସୁବିଧାର ଉପଲବ୍ଧତା ଯାଞ୍ଚ କରି ପ୍ରମାଣପତ୍ର ଦେବେ। ସେମାନଙ୍କୁ ନିର୍ବାଚନ ରେ ବ୍ୟବହୃତ ଇଭିଏମ୍, ଭିଭିପାଟ ସଠିକ୍ ପରିଚାଳନା ଏବଂ ଆବଶ୍ୟକ କାଗଜାତ ପୁରଣ କରି ରଖିବାକୁ ତାଲିମ ଦିଆଯାଇଥିଲା l ଏହା ସହିତ ମାଇକ୍ରୋ- ପର୍ଯ୍ୟବେକ୍ଷକମାନେ ୮୫ ବର୍ଷ ରୁ ଉର୍ଦ୍ଧ୍ବ ମତଦାତା ଏବଂ ଦିବ୍ଯାଙ୍ଗ ଭୋଟର୍ ମାନଙ୍କ ମତଦାନ ପ୍ରକ୍ରିୟାରେ ସହାୟତା କରିବେ l ପ୍ରତ୍ୟେକ ପର୍ଯ୍ୟାୟ ଗଣନା ସମୟରେ, ପ୍ରତ୍ୟେକ ଟେବୁଲରେ ନିୟୋଜିତ ନିୟନ୍ତ୍ରଣ ୟୁନିଟ୍ (CU) ଦ୍ୱାରା ପ୍ରଦର୍ଶିତ ଭୋଟର ବିବରଣୀକୁ ସତର୍କତାର ସହିତ ରେକର୍ଡ କରିବେ। ସେମାନଙ୍କ ଟେବୁଲରେ ପ୍ରତ୍ୟେକ ପର୍ଯ୍ୟାୟ ଗଣନା ସମାପ୍ତ ହେବା ପରେ,ମାଇକ୍ରୋ-ପର୍ଯ୍ୟବେକ୍ଷକଙ୍କୁ ପର୍ଯ୍ୟାୟ ଶେଷରେ ଦସ୍ତଖତ ସହିତ ପ୍ରଦାନ କରିବେ।
ଏହି ତାଲିମ ଶିବିରରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ସମସ୍ତ ମାଇକ୍ରୋ ପର୍ଯ୍ୟବେକ୍ଷକ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ