Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ଜଳ ବିବାଦ; ଆଜିଠୁ ଓଡ଼ିଶାରେ ଟ୍ରିବ୍ୟୁନାଲ ଟିମ୍‌ର କ୍ଷେତ୍ର ପରିଦର୍ଶନ ଆରମ୍ଭ

ଭୁବନେଶ୍ବର: ମହାନଦୀ ଜଳ ବିବାଦ। ଆଜିଠୁ ଟ୍ରିବ୍ୟୁନାଲ ଟିମ୍ ହୀରାକୁଦରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ ।  ଛତିଶଗଡ ପରେ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଟ୍ରିବ୍ୟୁନାଲର ସଦସ୍ୟମାନେ ଏହି ସର୍ଭେ ସମୟରେ ୩୦ ଟି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଦଳ ଛତିଶଗଡରେ ଏହାର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ସର୍ଭେ କରିସାରିଛି ଏବଂ ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ନଦୀ ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଉଦ୍ୟମ କରି ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡିଶା ଗସ୍ତ କରୁଛି। ସୂତ୍ରରୁ ପ୍ରକାଶ ଯେ ଛତିଶଗଡ ଟ୍ରିବ୍ୟୁନାଲକୁ ରାଜ୍ୟର ୧୫ ଟି ସ୍ଥାନ ପରିଦର୍ଶନ କରିବାକୁ ଅନୁରୋଧ କରିଛି।