Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଛଟ୍‌ପୂଜା:ସୂର୍ଯ୍ୟଦେବତାଙ୍କୁ ଦେଲେ ଅର୍ଘ୍ୟ

ସମ୍ବଲପୁର: ସମ୍ବଲପୁରରେ ଛଟ୍‌ ପୂଜାର ଚାରିଦିନିଆ ଭକ୍ତିମୟ ପର୍ବ ଇତି ମଧ୍ୟରେ ଭାବେ ପାଳନ ହୋଇଯାଇଛି l ବିହାର, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ର ଲୋକମାନେ, ଯେଉଁମାନେ ସମ୍ବଲପୁର କୁ ନିଜ ଘର କରିସାରିଛନ୍ତି ତଥା ଭକ୍ତମାନଙ୍କ ସହିତ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ସାମିଲ ହୋଇଛନ୍ତି l କାଲି ସନ୍ଧ୍ୟା ପ୍ରାୟ ୧୦,୦୦୦ ଭକ୍ତ ମହାନଦୀ କୂଳରେ ଏକତ୍ରିତ ହୋଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ, ଯାହା ଏହି ପର୍ବର ମହତ୍ତ୍ୱକୁ ଦର୍ଶାଉଛି l

ଛଟ୍‌ପୂଜାର ଆରମ୍ଭ ୨୫ ଅକ୍ଟୋବରରୁ ‘ନହାୟ ଖାୟ’ରେ ହୋଇଥିଲା, ତା’ପରେ ୨୬ ତାରିଖରେ ‘ଖର୍ଣା’ ଏବଂ ୨୭ ତାରିଖରେ ସନ୍ଧ୍ୟା ଅର୍ଘ୍ୟ ପାଳନ ହୋଇଥିଲା l
ଆଜି ସକାଳେ ମଧ୍ୟ ହଜାର ହଜାର ସଂଖ୍ୟାରେ ନଦୀ ଘାଟ ମାନଙ୍କରେ ବୁଡ଼ ପକେଇ, ନୂତନ ବସ୍ତ୍ର ପରିଧାନ କରି,ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ପୂଜା କରି ଘରକୁ ବାହୁଡ଼ିବା ଏକ ସୁନ୍ଦର ମନୋରମ ଦୃଶ୍ୟ ଥିଲା l ବିଶେଷ ଭାବରେ ପୁରୁଷ ବ୍ୟକ୍ତି ମାନେ ମୁଣ୍ଡରେ ପୂଜାସାମଗ୍ରୀ ଧରି ଖାଲି ପାଦରେ ପରିବାର ସହ ଚାଲି ଚାଲିଯିବା ଏକ ଭକ୍ତିମୟ ତଥା ଖୁବ ଆକର୍ଷଣୀୟ ଥିଲା l

ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍ (ଏସ୍‌ଏମ୍‌ସି) ଦ୍ୱାରା ବିଭିନ୍ନ ଘାଟରେ ସଫେଇ କରି ଘାଟ ମାନେ ପ୍ରସ୍ତୁତ କରାଯାଇଥିଲା, ଯାହା ଭକ୍ତମାନଙ୍କୁ ନିର୍ବିଘ୍ନେ ପୂଜା କରିବାରେ ସାହାଯ୍ୟ କରିଛି l

ସମ୍ବଲପୁରର ମହାନଦୀ ସହିତ ମନ୍ଦଳିୟା, କ୍ଷେତରାଜପୁର, ଚନ୍ଦନନଗର, ବରେଇପାଲି, ଗୋବିନ୍ଦତୋଳା, ଧନକଉଡା, କୁଳୁଥକାନି, ଧନୁପାଲି ର ମହାନଦୀ କୂଳ, ହରଡ଼ଜୋର ତଥା ପୁଖୁରୀ ଘାଟରେ ଏକତ୍ରିତ ହୋଇଥିଲେ l ପରିବାର ଲୋକେ ଭକ୍ତିଗୀତ ଗାଇ ମାଟିର ଦୀପ ଜାଳି ପୂଜାର ମନୋରମ ପରିବେଶ ସୃଷ୍ଟି କରିଥିଲେ ଓ ଛଟ ମାତାଙ୍କୁ ଭକ୍ତି ଜଣାଇଥିଲେ l

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମ୍ବଲପୁର ମହାନଗର ଅଂଚଳର ବୁର୍ଲା ଓ ହୀରାକୁଦର ବିଷ୍ଣୁପାଡ଼ା ଘାଟ, ମାରୱାଡ଼ି ପାଡ଼ା ଘାଟ, କଟାର ଧୁହା ବନ୍ଧ, କଦମ ମାଲ୍‌ ଛଟ୍‌ ଘାଟ, ହିରାକୁଡ଼ ଛଟ୍‌ପୂଜା ଘାଟ, ଭଙ୍ଗା ମୁଣ୍ଡା ବିହାରୀ ପାଡ଼ା ଘାଟ, ଝଙ୍କର ପାଡ଼ା ଏବଂ ଏକୋଡ଼ୋ ପାଡ଼ା ଆଦିରେ ମଧ୍ୟ ଛଟ ପର୍ବ ପାଳନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ