ଓଡ଼ିଶା ନାଟ୍ୟ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ,ପଶ୍ଚିମାଞ୍ଚଳ ଉପସଭାପତି ପ୍ରଦୀପ ପଣ୍ଡା ଯୁଗ୍ମ ସମ୍ପାଦକ ପ୍ରଭାସ ମହଲା ନିର୍ବାଚିତ
ସମ୍ୱଲପୁର: ଓଡ଼ିଶା ନାଟ୍ୟ ସଂଘର ସାଧାରଣ ପରିଷଦ ବୈଠକ ତଥା ନିର୍ବାଚନ ବ୍ରହ୍ମପୁର ରାମଚନ୍ଦ୍ରପୁର ସ୍ଥିତ ବିଏସଇଟି ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶା ନାଟ୍ୟ ସଂଘର ନୂତନ ସଭପତି ଭାବରେ ମିହିର ମେହେର ଏବଂ ସାଧାରଣ ସଂପାଦକ ଭାବରେ ସୁଧାଂଶୁ ମୋହନ ଦ୍ବିବେଦୀ ବିଜୟ ଲାଭ କରିଥିବା ବେଳେ ପଶ୍ଚିମାଞ୍ଚଳ ଉପସଭାପତି ଭାବରେ ପ୍ରଦୀପ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବରେ ପ୍ରଭାସ ମହଲା ନିର୍ଦ୍ଵନ୍ଦରେ ବିଜୟ ହୋଇଛନ୍ତି।

