Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଆଇ.ଏଫ.ଡବ୍ୟୁ.ଜେ. ର ୭୫ତମ ପ୍ରତିଷ୍ଠା ଦିବସ

ସମାଜର ସମସ୍ୟା ଙ୍କୁ ସାମ୍ବାଦିକମାନେ ସଠିକ ଭାବରେ ଉପସ୍ଥାପନା କରିବାର ଆବଶ୍ୟକତା ରହିଛି – ରେହାନ ଖତ୍ରୀ

ସୁସ୍ଥ ସମାଜ ଗଠନ ଦିଗରେ ସାମ୍ବାଦିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ- ପ୍ରଫେସର ଶ୍ରୀବନ୍ତ ଦାସ

ସମ୍ବଲପୁର୨୮. ୧୦(ଆନିସ):ଭାରତୀୟ ପେସାଦାତ ସାମ୍ବାଦିକ ସଂଘ( ଆଇ.ଏଫ.ଡବ୍ଲ୍ୟୁ.ଜେ. ) ର ୭୫ ତମ ପ୍ରତିଷ୍ଠା ଦିବସ ଇତିମଧ୍ୟରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ସମ୍ବଲପୁର ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି l
ସଂଘ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ମହାନଗର ନିଗମ ର ଆୟୂକ୍ତ ରେହାଣ ଖତ୍ରୀ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବରେ ପ୍ରଫେସର ଶ୍ରୀବନ୍ତ ଦାସ ଯୋଗ ଦେଇଥିଲେ l
ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ପ୍ରାରମ୍ଭିକ ସୂଚନା କରିଥିବା ବେଳେ ସମ୍ପାଦକ ଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ସଭାପତି ଶ୍ରୀ ପାଣିଗ୍ରାହୀ ନିଜ ସଭାପତିତ୍ୱ ବକ୍ତବ୍ୟ ରେ କହିଲେ ଯେ, ସାମ୍ବାଦିକ ଅନବରତ ଭାବେ ସମାଜ ର ସମସ୍ୟା କୁ ଆଣି ଗଣମାଧ୍ୟମ ମାଧ୍ୟମ ରେ ଲୋକଙ୍କ ପାଖରେ ପହଞ୍ଚାଏ ହେଲେ ତାର ଜୀବନ ସଂଗ୍ରାମ ବିଷୟରେ କେହି ହୃଦୟଙ୍ଗମ ବି କରିନଥାଏ l ଦେଶର ୨୪ ଟି ରାଜ୍ୟ ରେ ସାମ୍ବାଦିକ ମାନଙ୍କ ପାଇଁ ପେନସନ ର ବ୍ୟବସ୍ଥା ହୋଇସାରିଥିବା ବେଳେ ଆଜିଯାଏ ଓଡିଶା ସରକାର ଆଜିଯାଏ ଏଥିପ୍ରତି ହୃଦୟଙ୍ଗମ କରିନଥିବା ଦୁର୍ଭାଗ୍ୟ ଜନକ ବିଷୟ l
ଏହି ଅବସରରେ ବୟୋଜ୍ୟେଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଙ୍କୁ ଜୀବନ ତମାମ ସାମ୍ବାଦିକତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l
ମୁଖ୍ୟ ଅତିଥି ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାଣ ଖତ୍ରୀ କହିଲେ ଯେ, ସମାଜ ର ସମସ୍ୟା ସବୁକିଛି ପ୍ରଶାସନ କି ସରକାର ପାଖରେ ପହଞ୍ଚିପାରେନାହିଁ l ସେହି ସମସ୍ୟା ଗୁଡିକୁ ଗଣମାଧ୍ୟମ ହିଁ ମାଧ୍ୟମ ହୋଇ ସମାଜ ପାଖରେ ପହଞ୍ଚାଏ l ଯଦ୍ୱାରା କି ଅନେକ ସମସ୍ୟାର ସମାଧାନ ହୋଇପାରେ l ଏହି ପ୍ରକ୍ରିୟା ଜାରି ରହିବା ଅତ୍ୟନ୍ତ ଜରୁରୀ ଅଟେ l
ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଫେସର ଶ୍ରୀବନ୍ତ ଦାସ ତାଙ୍କର ବକ୍ତବ୍ୟ ରେ କହିଲେ ଯେ, ଯୁଗେ ଯୁଗେ ସାମ୍ବାଦିକ ମାନଙ୍କର ସୁନ୍ଦର ସମାଜ ଗଠନ ପାଇଁ ରହିଛି ଓ ରହିବ l ପୃଥୁବୀରେ ଅନେକ ଉଦାହରଣ ଅଛି, ଗୋଟେ କ୍ଷୁଦ୍ର ସମ୍ବାଦ ବି ଦେଶର ସରକାର କୁ ଉଲଟପାଲଟ କରିପାରେ l ତେଣୁ, ଗୋଟେ ସୁସ୍ଥ ସମାଜ ପାଇଁ ସାମ୍ବାଦିକ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ l
କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଭ୍ୟ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ