ମିସ ଏଣ୍ଡ ମିଷ୍ଟର ଟିନ ଅଡିସନ
ସମ୍ବଲପୁର:ଗତ ରବିବାର ଦିନ ମିସ ଟୀନ ଏବଂ ମାଷ୍ଟର ଟୀନ ଅଡିସନ୍ କାର୍ଯ୍ୟକ୍ରମ ହମ୍ପଟି ଡମ୍ପଟି ସ୍କୁଲ୍, ରବୀନ୍ଦ୍ର କଳ୍ୟାଣ ମଣ୍ଡପ ନିକଟ, ଜଗନ୍ନାଥ କଲୋନି ରେ ଆୟୋଜିତ ହୋଇଥିଲା।
ଏହି ଅଡିସନ୍ରେ ସମ୍ବଲପୁର ସହିତ ବିଭିନ୍ନ ସ୍କୁଲର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ୧୩+ ବର୍ଷରୁ ୧୯ ବର୍ଷ ବୟସର ପ୍ରତିଯୋଗୀ ମାନେ ଯୋଗଦେଇଥିଲେ।
ବିଶିଷ୍ଟ ନୃତ୍ୟ ନିର୍ଦେଶକ ଅସିମ ପ୍ରଧାନ, ମିସେସ୍ ଓଡ଼ିଶା ୨୦୨୧–୨୨ ରାଣୀ ଦାସ ଓ ପ୍ରସିଦ୍ଧ ଡିଜାଇନର୍ ହେମନ୍ତ ପ୍ରଧାନ ବିଚାରକ ଭାବେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆୟୋଜନ ସମିତି ପକ୍ଷରୁ
ଚେୟାରମ୍ୟାନ୍ ସୁଶାନ୍ତ ଗୁରୁ, କୋ–ଅର୍ଡିନେଟର୍ ମୋହମ୍ମଦ ପରୱେଜ୍ ଅଲି ଖାନ୍ ଓ ତ୍ରିଲୋଚନ ତ୍ରିପାଠୀ,ଶଂକର ବେହେରା,
ଡିରେକ୍ଟର୍ ନନ୍ଦ କିଶୋର ସାହୁ, ପ୍ରୋଗ୍ରାମ କୋଅର୍ଡିନେଟର – ପାୟଲ୍ ଭୋଇ, ନୁପୁର ଭୋଇ, ବିପ୍ଲବ ଡନସେନା, ବଳରାମ ହୋତା, ସରୋଜ ମିଶ୍ର, ଉମେଶ ମାଝି, ଚନ୍ଦ୍ରକାନ୍ତ ଭୋଇ,ମୀମାଂସା ରଥ, ରାଜୀବ ମେହେର, ଜିତୁ ନାୟକ, ସୋମନାଥ ଜାଲ, ନିରେନ ନାୟକ, ନୀତିଶ ଗୁରୁ ଓ ଧରଣୀଧର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

