Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନିମନ୍ତେ ସଚେତନତା ରାଲି

ସମ୍ବଲପୁର:ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେଖି ରେ ସାଧାରଣ ନାଗରିକ ମାନଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗ ର ମିଳିତ ସହଯୋଗ ରେ ସମ୍ବଲପୁର ର ସିଏସବି ଜିଲ୍ଲା ସ୍କୁଲ ରୁ ଗୋଳବଜାର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜନ କରଯାଇଥିଲା ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ-ସାଧାରଣ ଶ୍ରୀ ଅଶୋକ କୁମାର ଭୋଇ, ସମ୍ବଲପୁର ଖଣ୍ଡ ର ଦୁର୍ନୀତି ନିବାରଣ ବିଭାଗ ର ଏସପି ଶ୍ରୀ ପ୍ରଦ୍ଯୁମ୍ନ କୁମାର ଦିବେଦୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯେଉଁ ଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ସମ୍ବଲପୁର ଖଣ୍ଡ ର ଦୁର୍ନୀତି ନିବାରଣ ବିଭାଗ ର ଏସପି ଶ୍ରୀ ପ୍ରଦ୍ଯୁମ୍ନ କୁମାର ଦିବେଦୀ ନାଗରିକ ମାନଙ୍କୁ ଦୁର୍ନୀତିବିରୋଧରେ ସଚେତନ କରାଇବାକୁ ଆମେ ପ୍ରଚେଷ୍ଟା କରୁଛୁ ବୋଲି କହିଥିଲେ। ଦୁର୍ନୀତି ର ମୂଳୋତ୍ପାଟନ ପାଇଁ କେବଳ ପ୍ରଶାସନିକ ସ୍ତରରେ ନୁହେଁ ଆମକୁ ସାମୂହିକ ଭାବେ ଚେଷ୍ଟା କରିବାକୁ ପଡିବ ବୋଲି ସେ ମତ ପ୍ରକାଶ କରିଥଲେ।

ଆଜି ଏହି ଅବସରରେ ଦିନ ୧୨ଟା ସମୟରେ ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶପଥପାଠ କାର୍ଯ୍ୟକ୍ରମରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର ଶ୍ରୀ ମୁକେଶ ଭାମୁ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି(ଭା.ପ୍ର.ସେ), ଅତିରିକ୍ତ ଜିଲ୍ଲାପାଳ-ସାଧାରଣ ଶ୍ରୀ ଅଶୋକ କୁମାର ଭୋଇ ଙ୍କ ସମେତ ଅନ୍ୟ ପ୍ରଶାସନୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଓସ୍ଵାନ ହଲ ରେ ଉପସ୍ଥିତ ହୋଇ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତି ର ମୂଳୋତ୍ପାଟନ, ନିଜର ଆଚରଣର ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ କରି ସମସ୍ତ ଦାୟିତ୍ଵ କୁ ସାଧୁତା ଓ ସ୍ୱଚ୍ଛତା ର ସହ ସମ୍ପାଦନା କରିବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ