Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଛରେ ପଡିଛି ମାନବିକତା, ସମ୍ବଳ କଲା ଅନ୍ତିମ ସଂସ୍କାର

ସମ୍ବଲପୁର :ଗତକାଲି ବୈଜାମୁଣ୍ଡା ନିକଟସ୍ଥ ଖବସିପାଲି ର 74 ବର୍ଷୀୟ ବୃନ୍ଦାବନ ମିର୍ଧା ଗାଁ ଆମ୍ବକଟା ରେ ବୁଡିଯାଇ ମୃତ୍ୟୁ ବରଣ କରିଥିଲେ l ତାଙ୍କର ପୁତ୍ର ଏବଂ ପୁତ୍ର ବଧୂ ପୁର୍ବରୁ ମୃତ୍ୟୁ ବରଣ କରିଛନ୍ତି ଏବଂ ସ୍ତ୍ରୀ ରୋଗୀଣା ହୋଇ ଘରେ ଅଛନ୍ତି ଛୋଟ ଛୋଟ ତିନୋଟି ନାତୁଣୀ l ସେ ଅନ୍ୟ ଜାତିରେ ବାହା ହୋଇ ଥିଲେ ବୋଲି ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ କି ଗାଁ ର ଲୋକମାନେ ଶବ ସତ୍କାର କଲେ ନାହିଁ l ଆଜି ସଵବ୍ୟବଛେଦ ପରେ ସବାସତ୍କାର କରିବା ପାଇଁ ବୈଜାମୁଣ୍ଡା ର କୁଶ ବଗର୍ତି ସମ୍ବଲ ର ରାମଦାସ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ଖବର ପାଇ ରାମଦାସ ପଣ୍ଡା ସତ୍ୟନାରାୟଣ ଏବଂ ମନୋଜ କୁମାର ମନ୍ଦଳିଆ ସ୍ଥିତ ରାଜଘାଟ ରେ ଶବ ସତ୍କାର କରିଛନ୍ତି l ଆଜିଅଧ୍ୟ ଗାଁ ମାନଙ୍କରେ ଅନ୍ଧବିଶ୍ୱାସ ଯୋଗୁଁ ଲୋକମାନେ ମାନବିକତା ହରେଇ ବସୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ