କେବେ ହେବ ପଞ୍ଚାୟତ ଦୃଢିକରଣ ? ରହିବ ସମୟ ନିର୍ଘଣ୍ଟ !


ମଣିଷ ଚିହ୍ନିବାର ଏକ ସମୟ ନିଜ ୱାର୍ଡରୁ।ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଏକ ମାନବିକତା ସଂହତିରେ ବନ୍ଧା ମଣିଷ ସମାଜ ସବୁବେଳେ ବିକାଶ ଉପରେ ଆଶାବାଦୀ। ଆମର ଏହି ଜନ ପ୍ରତିନିଧି ମାନେ ଏଥିପାଇଁ କେତେ ଦକ୍ଷ! ଆମ ମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଏମାନେ କେତେ ସଚେତନ। ଏହା ଚିନ୍ତା କରି ତ୍ରୀସ୍ତରିୟ ପଞ୍ଚାୟତ ବ୍ୟବସ୍ଥାରେ ନେତୃତ୍ୱର ଆବଶ୍ୟକତାକୁ ଉପଲବ୍ଧି କରାଯାଇଥାଏ। ଏଥିପାଇଁ ଆମ ୱାଡମେମ୍ବର,ସରପଞ୍ଚ୍,ସମିତିସଭ୍ୟ/ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ ଏକତ୍ର ପଲ୍ଲିସଭାଠୁ ଗ୍ରାମସଭାର ଯଦି ସବୁ ଯୋଜନାକୁ ଏକାଠି କରିପାରିବେ ତେବେ ଯାଇ ଆମେ ଆମ ବିକାଶର ସାଥି ହୋଇ ଗଣତନ୍ତ୍ର ବଞ୍ଚାଇ ଆମ ଗାଁକୁ ଏକ ନୂଆଁ ରୂପ ଦେଇ ପାରନ୍ତେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ଭାଷାରେ “ପଲ୍ଲି ହଲିଲେ ଦିଲ୍ଳୀ ହଲିବ”। ଏ ହେଉଛି ପଞ୍ଚାୟତ ଶାସନ । ଆସ ଆମେ ଆମ ନିଜ କାମ କରିବା।” ଛାୟାରେ ନାହିଁକି ମାୟାରେ” । ନିଜ ଗାଁ ବଦଲାଇବାକୁ ଏହାହିଁ ଆମ ନେତୃତ୍ୱର ପରିଚୟ । ଆସ ଏକାଠି ହେବା:ଆମ ଗାଁକୁ ଆମେ ସଜାଇବା। ଯିଏ ନେତୃତ୍ୱ ନେଉଛନ୍ତି ସମସ୍ତଙ୍କୁ ପ୍ରଗତିର ରଥ ଚଲାଇବାକୁ ହେବ। ଦିର୍ଘ ଦଶନ୍ଧିଧରି ଅଧିକାଂଶ ସମୟରେ ପଞ୍ଚାୟତ ଅଫିସରେରେ ତାଲା ଝୁଲିଥାଏ।ସରପଞ୍ଚ୍ ,ନାଏକ ସରପଞ୍ଚ୍ , ନିର୍ବାହୀ ଅଧିକାରୀ,ଯୋଗାଣ ସହାୟକ, ଗ୍ରାମ ରୋଜଗାର ସାଥୀ ଏକାଠି ହେବାର ଦୃଶ୍ୟ କମ୍ ଦେଖିବାକୁ ମିଳେ। ଏମାନେ ପରା ପଞ୍ଚାୟତର ହର୍ତ୍ତା କର୍ତା ଭାଗ୍ୟ ବିଧାତା । ଏହା ହୃଦୟଙ୍ଗମ କରି ପଞ୍ଚାୟତ ମଧ୍ୟ ଏକ ସରକାରୀ କାର୍ଯ୍ୟାଳୟ,ଏହାରବି ସମୟ ନିର୍ଘଣ୍ଟ ରହିଛି । ଏଦିଗରେ ଜଣେ ନିର୍ବାଚିତ ପ୍ରତିନିଧି ଚାହିଁଲେ ନିଜ ପ୍ରୟାସରୁ ସମଗ୍ର ରାଜ୍ୟକୁ ଏକ ନୂଆଁ ଦିଶା ଦେଖାଇପାରିବ।ଅନେକ ପଞ୍ଚାୟତ ପ୍ରତିନିଧି ବହୁତ ଗୁଣି,ଜ୍ଞାନି ଓ ଅଭିଜ୍ଞ ରହିଛନ୍ତି । ସେମାନେ ଚାହିଁଲେ ସରକାରୀ କାର୍ଯ୍ୟାଳୟ ପରି ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ସମୟ ନିର୍ଘଣ୍ଟରେ ଚଲାଇ ସମାଜରେ ଏକ ଦୃଷ୍ଟାନ୍ତ ନେତୃତ୍ୱର ସହଭାଗୀ ହୋଇପାରନ୍ତେ।ଏପରିକି ଜନସାଧାରଣଙ୍କ ଅତି ନିକଟତର ହୋଇ ନିଜ କ୍ଷେତ୍ରରେ ମୌଳିକ ସମସ୍ୟାର ସମାଧାନ କରାଇ ବ୍ଲକ,ଅବା ଜିଲ୍ଲା ପ୍ରଶାସନ ଉପରୁ ଚାପ କମାଇ ପାରନ୍ତେ।ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରୟାସ କରିଛନ୍ତି। କିନ୍ତୁ ସେଥିରେ ଶିଥଲ ପଡିଯାଇଚି । ପଞ୍ଚାୟତରାଜ ବ୍ୟବସ୍ଥା ମିଳି ଭଗତେର ଏକ ମଧୁ ଚନ୍ଦ୍ରିକା ହୋଇ ଥିବାରୁ ପ୍ରଶାସନିକ କଳ ଏମାନଙ୍କୁ ନିଜ କବ୍ଜାରେ ରଖିବାକୁ କେବେବି ହାତ ଛଡା କରିବେନି। ଏଥିପାଇଁ ରାଜନୈତିକ ଦୃଢତାର କେବଳ ଆବଶ୍ୟକ ରହିଛି।ପଞ୍ଚାୟତର ତୃଣ ମୂଳ ୱାଡମେମ୍ବର,ସରପଞ୍ଚ୍ ,ସମିତିସଭ୍ୟ ଅବା ଜିଲ୍ଲା ପରିଷଦ ସଦସ୍ୟ ଏକାଠି ହେବାକୁ ହେବ । ଅର୍ଥାତ ସବୁବେଳେ ସରକାର ଉପରେ ଦୋଷ ଲଦା ଚାଲିଛି । ଅଥଚ ଆମକୁ ଏବେ ବୁଝିବାକୁ ସମୟ ଆସିଛି ଗାଁ ଚଲାଇବାକୁ। ଗାଁର ସବୁ ଦାୟିତ୍ୱ ଦିଆଗଲା ପଞ୍ଚାୟତ ହାତରେ। ଅଥଚ ଦକ୍ଷତା ଓ ନିର୍ଭିକତା ନଥାଇ ଯଦି ନେତୃତ୍ୱ ନେବା ତେବେ ଗାଁ ମୋ ସହର ସହର ହୋଇ କେବେ ବାସ୍ନା ହେବ ! ଏହାହିଁ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ନୈତିକ ମାନବିକତା ଗୁଣ ହେବା ଦରକାର ।
ଗାଁ ଯଦି ଏମିତି ଚାଲିବ ତେବେତ ଆମକୁ ଠିକ୍ ବାଟରେ ଚାଲିବାକୁ ହେବ । ଦେଶ ପରା ଆଗାଉଛି,ଆମେ ଏତେ ପଛରେ ପଡିରହିବା ମୂଳ ରହସ୍ୟ କେଉଁଠି ଏହାହିଁ ଆଜିର ପ୍ରସଙ୍ଗ ହେଲେ ଏକ ସମୃଦ୍ଧ ୱାର୍ଡ ପଞ୍ଚାୟତରୁ ମୋ ଓଡିଶାର ସ୍ୱପ୍ନ ସ୍ୱଚ୍ଛ ଭାରତରେ ପହଞ୍ଚି ପାରିବ। ଏଥିପାଇଁ ଜଣେ ଯଦି ସରପଞ୍ଚ୍ / ପଞ୍ଚାୟତ ସମିତି ଅଧ୍ୟକ୍ଷା-ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭାପତି ଚାହିଁବେ ଓଡିଶାର ଭାଗ୍ୟ ବଦଳିଯିବ । ଅଥଚ ଏଭଳି ଜଣେ ପ୍ରତିଭାବାନ୍ ଉଜ୍ଜଳ ନକ୍ଷତ୍ର ଉଭା ନହୋଇପାରିବା ପଛର କାରଣ କ’ଣ ତାହା ଜଳ ଜଳ ହୋଇ ସମସ୍ତଙ୍କୁ ଦିଶୁଥିବା ସହ ସବୁ ଜନ ପ୍ରତିନିଧି ଜାଣିଥିଲେବି ଚେଇଁ ଶୋଇଥିବା ଯୋଗୁଁ ଆଜି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଅଙ୍କୁଶରୁ ମୁକୁଳି ପାରୁନି ଆମ ଗଣତନ୍ତ୍ର। ଦିନେ ଯେଉଁ ଦିନ ଆମ ଗଣତନ୍ତ୍ରର ମୁଖିଆ ଭାର ରେ ରହିଛନ୍ତି ସେମାନଙ୍କ ଭିତରୁ ଏଥିରୁ ମୁକୁଳି ଆସି ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ସରକାରୀ ନିତି ନିୟମକୁ ଯଦି ସମ୍ମାନ ଜଣାଇ ନିଜର ନେତୃତ୍ୱର ଭାଗିଦାରିତାକୁ ପ୍ରତିପାଦନ କରି ପାରନ୍ତେ ତେବେ ସେ ସାଧାରଣ ୱାର୍ଡ ମେମ୍ବର ବା ସରପଞ୍ଚ୍ ଯାହାବି ହୁଅନ୍ତୁ ଦେଶ ଓ ଜାତି ପାଇଁ ଏକ କିମ୍ବଦନ୍ତୀ ପୁରୁଷ ପାଲଟି ଯାଆନ୍ତେ । କିନ୍ତୁ କିଭଳି ଏହା ତାଙ୍କୁ ଦେଖାଯାଉ ନାହିଁ ତାହାହିଁ ଆଶ୍ଚର୍ଯ୍ୟର ବିଷୟ । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ନିଜ ନୈତିକତାର କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାର ବି ସମୟ ଉପନୀତ । ରାଜ୍ୟ ସରକାରଙ୍କ ନିର୍ମଳ ଭାବମୂର୍ତ୍ତିରୁ ପଞ୍ଚାୟତ ରାଜ ପରିଚାଳନା କେତେଯେ ଅସ୍ୱଚ୍ଛ ପାଖ ଲୋକହିଁ ଏହା ବାରି ପାରିବ । ତେଣୁ ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାକୁ ଦୃଢିକରଣ କରିବା ଉପରେ ବର୍ତ୍ତମାନ ଗୁରୁତ୍ୱ ଉପଲବ୍ଧି କରାଯାଉଛି ।
ଡା.ରାଜାରାମ ଷଡଙ୍ଗୀ