ରେଳ ନିରାପତ୍ତା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ
ସମ୍ବଲପୁର:ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା କୁ ଆଜିର ଦିନରେ ରେଳ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି l ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ଆମ୍ବଦଳାର ଟ୍ରାକ ମେଣ୍ଟେନର ସଦାଶିବ ରାଉତ, ଆମ୍ବୋଦଳାଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।
ତାଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ ତାଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ) ଏବଂ ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ, ସମ୍ବିତ ସୌରଭ ନାୟକ ଉପସ୍ଥିତ ଥିଲେ।

