Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାଇଲାଣ୍ଡ ଫୋକ୍‌ଲୋର୍ ଫେଷ୍ଟିଭାଲ୍‌ରେ ଯୋଗଦେବ ସମ୍ବଲପୁରୀ ନୃତ୍ୟଦଳ

ସମ୍ବଲପୁର:ଆସନ୍ତା ଅକ୍ଟୋବର ୩୧ ରୁ ନ‌ଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ୩୯ ତମ ଥାଇଲାଣ୍ଡ ଫୋକଲୋର୍ ଫେଷ୍ଟିଭାଲରେ ସମ୍ବଲପୁର ଟ୍ରାଇବାଲ୍ ଆଣ୍ଡ ଫୋକ୍ ସେଣ୍ଟରର ଆଲୋକ କୁମା ନୁମାର ପଣ୍ଡାଙ୍କ ଆର୍ଟ ନୃତ୍ୟଦଳ ଯେ ଯୋଗ ଦେଇ ବିଭିନ୍ନ ସହରରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ। ସେଗୁଡ଼ିକ ମଧ୍ଯରେ ରେ ଇଣ୍ଟରନେସନାଲ ଲୋଇ

କ୍ରାଥୋଙ୍ଗ ଫେଷ୍ଟିଭାଲର ବିଶ୍ୱଶାନ୍ତି ପାଇଁ ଶୋଭାଯ ଯାତ୍ରା ଏବଂ ଇଣ୍ଟରନେସନାଲ କାର୍ଥନ ସେରେମୋନି, ବ୍ୟାଙ୍କକ୍ ଆଇସିସିଆର୍ ଅଡିଟୋରିଅମ୍‌ରେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏହି ଫେଷ୍ଟିଭାଲରେ ଉଦ୍‌ଘାଟନୀ, ଆଲୋକ ପଣ୍ଡାଙ୍କ ସମ୍ବଲପୁରୀ ନୃତ୍ୟ ଦଳ ସହ ଆଉ ୧୦ଟି ଦେଶର ନୃତ୍ୟ ଦଳମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ