ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ଵାର୍ଥ ମାମଲା
 
        ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସକ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ବିରୋଧରେ ରୁଜୁ ହୋଇଛି ଜନସ୍ଵାର୍ଥ ମାମଲା। ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି ସାମ୍ବାଦିକ ସୁବ୍ରତ ତ୍ରିପାଠୀ। ପ୍ରଦୀପ ଭୁବନେଶ୍ଵର କ୍ଲବର ସଭାପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନ ଏବଂ ବିଦ୍ୟୁତ ଆଇନ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ବିରୋଧରେ ଏହି ଜନସ୍ଵାର୍ଥ ମାମଲା ଦାୟର ହୋଇଛି।
ସୂଚନା ଅନଯାୟୀ, ଭୁବନେଶ୍ବର କ୍ଲବ ନିର୍ବାଚନରେ ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଖାସ୍ କଥା ହେଉଛି ଅସୀତ ତୃତୀୟ ଥର ଲାଗି ସଭାପତି ପଦ ପାଇଁ ନିର୍ବାଚନ ଲଢିଥିବା ବେଳେ ପ୍ରଦୀପ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲେ। ତେବେ ଏନେଇ ପ୍ରଦୀପ ଜେନାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
                        
 
                                 
                                 
                                 
                                 
                                