Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ୪୪ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ ପ୍ରତିଷ୍ଠା

ଭୁବନେଶ୍ବର: ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍‌-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବ୍‌-ରେଜିଷ୍ଟ୍ରେସନ ଅଫିସ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବାପାଇଁ ଯୋଜନା ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ