Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା,ଧମା ଏଫ୍.ସି ବିଜୟୀ

ସମ୍ବଲପୁର:ମାନେଶ୍ୱର ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ବଉଁଶରା ଗ୍ରାମ ର ଦଶମତୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ବରଗାଁ ଉଛ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ରେ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ, ଏଵଂ ଶେଷ ରେ ଏମ. ଡି ସ୍ପୋର୍ଟିଂ ଓ ଧମା ଏଫ୍ ସି ଫାଇନାଲ କୁ ପ୍ରଵେଶ କରି ପେନାଲ୍ଟି କିକ୍ ରେ ଧମା ଏଫ୍. ସି ୩/୧ରେ ବିଜୟୀ ହୋଥିଲେ । ଖେଳକୁ ଅଭି ମହାନନ୍ଦ, ନନ୍ଦୁ ନାୟକ, କିଶୋର ପରିଚାଳନା କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ଙ୍କ ପ୍ରତିନିଧି ମନୋଜ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ ରଂଜନ ପଣ୍ଡା, ଭବାନୀ ହୋତା, ଗୌରାଙ୍ଗ ପୁରୋହିତ,ଦେବବ୍ରତ ବିଶ୍ବାଳ, ସୁରଥ ଭୋଇ, ଦୟା ନିଧି ଭୋଇ ଉଭୟ ଦଳକୁ ଟ୍ରଫି, ଓ ନଗଦ ରାଶି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନସ ବେହେରା, ବିଟୁ ବେହେରା, ସାହିଲ ସାହୁ, ଅମୂଲ୍ୟ ଭୋଇ, ଗଦାଧର ବାଗ, କିଶୋର ବାଗ, ସରୋଜ ମିର୍ଦ୍ଧା, ବିଶ୍ୱଜିତ୍ ଜାଲ, ପ୍ରହଲ୍ଲାଦ କୁଅଁର ପ୍ରମୁଖ ଖେଳକୁ ଅୟୋଜନ କରିବା ସହିତ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ