Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ ସମ୍ବଲପୁର ଓ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ‘ଗ୍ରୁମିଂ ଷ୍ଟୁଡେଣ୍ଟ୍ସ ପ୍ରୋଗ୍ରାମ’ ଆୟୋଜିତ

ସମ୍ବଲପୁର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀରର ମିଳିତ ସହଯୋଗରେ ‘ଗ୍ରୁମିଙ୍ଗ୍ ଷ୍ଟୁଡେଣ୍ଟସ୍ ପ୍ରୋଗ୍ରାମ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ଗ୍ରୁମିଂ ଷ୍ଟୁଡେଣ୍ଟ୍ସ ପ୍ରୋଗ୍ରାମ’ ର ଉଦ୍ଦେଶ୍ୟ ହେଉଛି ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷା ମଞ୍ଚ ପ୍ରଦାନ କରି, ସେମାନଙ୍କର ସମଗ୍ର ବିକାଶକୁ ପ୍ରୋତ୍ସାହିତ କରିବା। ଏହି ପଦକ୍ଷେପ ସାମଗ୍ରିକ ଶିକ୍ଷାର ଏକ ନୂଆ ମଡେଲ ଭାବରେ ଉଭା ହୋଇଛି । ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଆୟୋଜିତ ଏକ ସର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ରେ ଯୁବ ଶିକ୍ଷାର୍ଥୀ ଓ ମେଣ୍ଟରମାନଙ୍କ ଅବଦାନକୁ ସମ୍ମାନିତ କରାଯାଇଛି। ଏହି ଅବସରରେ ପ୍ରଫେସର ହୃଷିକେଶ ସେନାପତି, ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ଡା. ନାରାୟଣୀ ପଣ୍ଡାଙ୍କୁ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫଟାଇମ୍ ଅଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି।
‘ଗ୍ରୁମିଙ୍ଗ୍ ଷ୍ଟୁଡେଣ୍ଟସ୍ ପ୍ରୋଗ୍ରାମ୍’ ହେଉଛି ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀ ଏବଂ ଆଇଆଇଏମ୍ ସମ୍ବଲପୁରଙ୍କ ମଧ୍ୟରେ ସହିତ ହୋଇଥିବା ଏକ ବୁଝାମଣା ପତ୍ର (ଏମଓୟୁ) ର ଅଂଶ ଯାହା ଶିକ୍ଷାକୁ ଗଣତାନ୍ତ୍ରିକ କରିବା ଏବଂ ଶିକ୍ଷାକୁ ଶ୍ରେଣୀକକ୍ଷର ସୀମା ଠାରୁ ଆଗକୁ ବିସ୍ତାର କରିବା । ପବ୍ଲିକ୍ ଲାଇବ୍ରେରୀରେ ପ୍ରତ୍ୟେକ ରବିବାର, ଆଇଆଇଏମ୍ ସମ୍ବଲପୁର ଓ ଅନ୍ୟାନ୍ୟ ସଂସ୍ଥାର ୪୫ ଜଣ ବିଶେଷଜ୍ଞ କୃତ୍ରିମ ବୁଦ୍ଧିମତା (ଏଆଇ), ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି), ମନୋବିଜ୍ଞାନ, ଶାରୀରିକ ସୁସ୍ଥତା, ନୀତି ଓ ନେତୃତ୍ୱ ଭଳି ବିଷୟରେ ପରସ୍ପର କ୍ରିୟାଶୀଳ ଅଧ୍ୟାପନା କରନ୍ତି। ଏ ପର୍ଯ୍ୟନ୍ତ ନୀତି, ନୈତିକତା, ସଂସ୍କୃତି ଓ ପ୍ରଯୁକ୍ତି ବିଷୟରେ ପ୍ରାୟ ୪୦ ଟି ଅଧିବେଶନ ସଫଳତାର ସହିତ ଆୟୋଜିତ ହୋଇଛି । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଓ ସାମାଜିକ ସଚେତନତାକୁ ଉନ୍ନତ କରୁଛି। ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଆୟୋଜିତ ସର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ରେ ଯୁବ ଶିକ୍ଷାର୍ଥୀ ଓ ମେଣ୍ଟରମାନଙ୍କ ଅବଦାନକୁ ସମ୍ମାନିତ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳର ଜାତୀୟ ଉପାଧ୍ୟକ୍ଷ ଶ୍ରୀ ଦୀପକ ମାଲବିୟା ଏବଂ ମୁଖ୍ୟ ବକ୍ତା ଭାବରେ ଦକ୍ଷିଣ ଏସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଫେସର ସୁମତ ପି. ଅଗରୱାଲ୍, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଏବଂ ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ି ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ହୃଷିକେଶ ସେନାପତି, ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ଡା. ନାରାୟଣୀ ପଣ୍ଡାଙ୍କୁ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫଟାଇମ୍ ଅଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି, “ଆଇଆଇଏମ୍ ସମ୍ବଲପୁର ବିଗତ ଦଶବର୍ଷରେ ଅନେକ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ଭାରତର ପରିଚାଳନ ସଂସ୍ଥାନମାନଙ୍କ ଭୂମିକାକୁ ନୂଆ ଆକାର ଦେଇଛି। ଆଇଆଇଏମ୍ ସମ୍ବଲପୁର ଏଆଇକୁ ପାଠ୍ୟକ୍ରମରେ ସାମିଲ କରିବା ଓ ଏଆଇ ସକ୍ଷମ ଶ୍ରେଣୀକକ୍ଷ ପ୍ରଣାଳୀ ଆରମ୍ଭ କରିବାରେ ବିଶ୍ୱର ପ୍ରଥମେ ଶିକ୍ଷାନୁଷ୍ଠାନ ଯେଉଁଠି ଏଆଇ ଶିକ୍ଷକ ପାଠ ପଢ଼ାନ୍ତି । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ, ଚୀନ ଓ ଅନ୍ୟାନ୍ୟ ଦେଶର ସଂସ୍ଥାଗୁଡ଼ିକ ଏହାକୁ ଅନୁସରଣ କରୁଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଓ ସଶକ୍ତ ଭାରତ’ ଦୃଷ୍ଟିକୋଣ ସହ ସମନ୍ୱୟ ରଖି, ଆମେ ଗ୍ରାମ୍ୟସ୍ତରରେ ମଧ୍ୟ ପ୍ରଭାବ ସୃଷ୍ଟି କରୁଛୁ। ୮୦ ଜଣ ସମ୍ବଲପୁରୀ ହସ୍ତତନ୍ତ ବୁଣାକାର ନାରୀମାନଙ୍କୁ ଉଦ୍ୟମୀଙ୍କୁ ପ୍ରଶିକ୍ଷଣ ଦେଇଛୁ ଓ କୋରାପୁଟରେ ୩୦ ଜଣ ଆଦିବାସୀ ନାରୀ ବ୍ୟବସାୟ ନେତାଙ୍କୁ ପ୍ରଶିକ୍ଷିତ କରିବା ପଦକ୍ଷେପ ନେଇଛୁ। ଏଭଳି ଭାବରେ, ଆମେ ୨୦୩୬ ମସିହାରେ ‘ବିକଶିତ ଓଡ଼ିଶା’ ଓ ୨୦୪୭ ମସିହାରେ ‘ବିକଶିତ ଭାରତ’ ସାଧନ କରିପାରିବା।
ମୁଖ୍ୟ ଅତିଥି ଓ ଲୋକସେବକ ମଣ୍ଡଳର ଜାତୀୟ ଉପାଧ୍ୟକ୍ଷ ଶ୍ରୀ ଦୀପକ ମାଳବିୟା କହିଥିଲେ, “ପ୍ରକୃତ ପରିଚାଳନା ଶିକ୍ଷା କେବଳ ବ୍ୟବସାୟ ପର‌୍ୟ୍ୟନ୍ତ ସୀମିତ ନୁହେଁ; ବରଂ ଏହା ଜାତି ଗଢ଼ିବାର ମନୋଭାବ ଗଢ଼େ। ଯେତେବେଳେ ନୀତି, ଆଧ୍ୟାତ୍ମିକତା ଓ ନୈତିକତାରେ ଭିତ୍ତି କରି ଶିକ୍ଷା ଦିଆଯାଏ, ତେବେ ଛାତ୍ରଛାତ୍ରୀମାନେ କେବଳ କେରିୟର ନୁହେଁ, ସେମାନେ ସମାଜସେବାରେ ମଧ୍ୟ ନିବେଶିତ ହେବେ ଓ ଭାରତକୁ ‘ବିଶ୍ୱ ଗୁରୁ’ କରିବେ।”
ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ି ନିଜ ବକ୍ତବ୍ୟରେ କହିଥିଲେ, “ପ୍ରାୟ ୫୦ ଜଣ ବିଶେଷଜ୍ଞ ନିଜ ସମୟ ଓ ସମ୍ପଦ ମାଗଣାରେ ଦେଇ ଛାତ୍ରଛାତ୍ରୀଙ୍କୁ ପଢ଼ାନ୍ତି। ଆଇଆଇଏମ୍ ସମ୍ବଲପୁର ଓ ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀର ଏହି ଅନନ୍ୟ ପଦକ୍ଷେପ କେବଳ ଶିକ୍ଷାରେ ସୀମିତ ନୁହେଁ; ଏହା ଭାବନାତ୍ମକ ସୁସ୍ଥତା, ଚାପ ନିୟନ୍ତ୍ରଣ ଓ ଜୀବନଦକ୍ଷତା ଶିକ୍ଷା ଦେଇ କିଶୋର ମନକୁ ଗଢ଼ି ତୋଳୁଛି।”
କାର୍ଯ୍ୟକ୍ରମ ମୁଖ୍ୟ ବକ୍ତା ଏବଂ ଦକ୍ଷିଣ ଏସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଫେସର ସୁମତ ପି. ଅଗରୱାଲ୍ କହିଥିଲେ ଯେ ପ୍ରଫେସର ମହାଦେବ ଜୟସ୍ୱାଲ ଖୁବ କମ୍ ସମୟରେ ସମୟରେ ଆଇଆଇଏମ୍ ସମ୍ବଲପୁରରେ ଅତ୍ୟନ୍ତ ଉଲ୍ଲେଖନୀୟ କାମ କରିଛନ୍ତି। ସେ ଏକ ଅସାଧାରଣ ଶିକ୍ଷାନେତା ଯିଏ ଶିଶୁ ଓ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କୁ ସମାନ ଆଦର ଓ ଯତ୍ନ ସହିତ ଗଢ଼ି ତୋଳନ୍ତି। ତାଙ୍କର ଏହି ପ୍ରୟାସ ସଂସ୍ଥା ଓ ସମାଜ ମଧ୍ୟରେ ଦୃଢ଼ ସମ୍ପର୍କ ସୃଷ୍ଟି କରୁଛି।
ଏହି ପଦକ୍ଷେପର ମୂଳରେ ରହିଛି ମୂଲ୍ୟଭିତ୍ତିକ ଶିକ୍ଷାର ଏକ ନୂଆ ମାନଦଣ୍ଡ, ଯେଉଁଠି ଅଧ୍ୟାପକମାନେ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଏକାଠି ହୋଇ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ଦେଉଛନ୍ତି। ନୀତିଯୁକ୍ତ, ପ୍ରଯୁକ୍ତିମୂଳକ ଓ ଉଦ୍ୟମୀ ଶିକ୍ଷା ମାଧ୍ୟମରେ ଯୁବ ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରୁଥିବା ଏହି ପ୍ରୟାସ ଏକ ଆନ୍ଦୋଳନରେ ପରିଣତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ