Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀ ଗିରଫ

Oplus_16908288

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀଙ୍କୁ ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି। ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ କାବୁ କରିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ।ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ମାଡିବସିଛି।

ଏହି ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ ଭଞ୍ଜନଗରର ମନଜିତ୍ ସାବତ(୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩) ବୋଲି ଜଣାପଡିଛି।

ତେବେ ବାଘଟିକୁ ବାହାର ରାଜ୍ୟରେ ମାରି ଏଠାକୁ ଅଣାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର। ଅପରପକ୍ଷରେ ପୋଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ