ଧନକଉଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର : ଆଜି ଧନକଉଡା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୭ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୨୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୫ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୦୪ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. ଏଫ ଅଧୀନ ରେ ୦୩ ଜଣଙ୍କୁ ସମୁଦାୟ ୭୦, ୦୦୦ ଟଙ୍କା ଏବଂ ରେଡକ୍ରସ ଅଧୀନରେ ସହାୟତା ୦୨ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଗଲା । ସମ୍ବଲପୁର ଜିଲ୍ଲାପାଳ ୧ ଜଣ ବ୍ୟକ୍ତି ଙ୍କୁ ରାସନ କାର୍ଡ ଏବଂ ୧ ଜଣ ବ୍ୟକ୍ତି ଙ୍କୁ ହୁଇଲ ଚେୟାର ପ୍ରଦାନ କଲେ।
ଅଭିଯୋଗ ଶୁଣାଣି ଶେଷ ହେବା ପରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି(ଭା.ପ୍ର.ସେ), ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଙ୍କ ସହିତ ଉତ୍କଳ ବାଳାଶ୍ରମ, ସମ୍ବଲପୁରକୁ ଗସ୍ତରେ ଯାଇ ଉପଲବ୍ଧ ସୁବିଧା, ରହଣିୟା ବ୍ୟବସ୍ଥା ଓ ଚାଲିଥିବା ନିର୍ମାଣ କାମ ସମ୍ପର୍କରେ ସମୀକ୍ଷା କରିଛନ୍ତି।

