Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମବିବିଏସ୍ ରେ ନାମ ଲେଖାଇବାକୁ ସହାୟତା

ସମ୍ବଲପୁର:ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ବରଗାଁ ବାସିନ୍ଦା ଯଶସ୍ୱୀ ଭୋଇଙ୍କୁ ଏମବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୩୮ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଦିନ ମଜୁରିଆ କୁଞ୍ଜ ଭୋଇ ଏବଂ ଅଙ୍ଗନୱାଡି ସହାୟିକା ବିଷୟା ଭୋଇଙ୍କ ପୁଅ ଯଶସ୍ୱୀ ବରଗାଁ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରୁ ମ୍ୟାଟ୍ରିକ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ହାୟର ସେକେଣ୍ଡାରୀ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ଗୋଟିଏ ବର୍ଷ ଘରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ପୁଅକୁ ଡାକ୍ତରୀ ପଢ଼ାଇବାକୁ ଆର୍ଥିକ ସମ୍ବଳ ନ ଥିବାରୁ ଯଶସ୍ୱୀଙ୍କ ମା’ ବିଷୟା ସହାୟତା ଲୋଡ଼ିଥିବାରୁ ଟ୍ରଷ୍ଟ ପକ୍ଷରୁ ଯଶସ୍ୱୀଙ୍କୁ ନାମଲେଖା ଦେୟ ବାବଦ ୩୮ ହଜାର ଟଙ୍କା ଦିଆଯିବା ସହ ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ସହାୟତାର ପ୍ରତିଶ୍ରୁତି ଦିଆଯାଇଛି। ଟ୍ରଷ୍ଟ ସଂସ୍ଥାପିକା ଡା. ପାଣିଗ୍ରାହୀ ସହାୟତା ବାବଦ ଚେକ୍ ଯଶସ୍ୱୀଙ୍କୁ ପ୍ରଦାନ କରିବା ଅବସରରେ ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ଓ ସଭ୍ୟ ଶିବ ନନ୍ଦ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ