Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ମୃତ ବୃଦ୍ଧଙ୍କ ଅନ୍ତିମ ସଂସ୍କାର

ସମ୍ବଲପୁର : ଗତକାଲିହାତୀ ଆକ୍ରମଣରେ ଜଣେ ୬୫ ବର୍ଷିୟ ବୃଦ୍ଧ ନିରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା।ଆଜି ଏକ ଶୋକାକୂଳ ପରିବେଶରେ ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।ମୃତ ବ୍ୟକ୍ତି ସକାଳ ୮ ଟାରେ କେନ୍ଦୁପତ୍ର ତୋଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଗ୍ରାମବାସୀ କିଛି ଅଘଟନ ଆଶଙ୍କା କରି ଦିନ ୧୨ଟାରେ ମିଳିତ ଭାବେ ନିକଟସ୍ଥ ଜଙ୍ଗଳକୁ ଖୋଜିବାକୁ ଯିବା ବେଳେ ଖରକୁମୁଡା ଜଙ୍ଗଲର ଚ୍ୟାକଡ୍ୟାମ ପାଖରେ ମରି ପଡିଥବା ନିରଞ୍ଜନଙ୍କ ମୃତ ଶରୀର ଠାବ କରିଥିଲେ । ଏହାପରେ ସ୍ଥାନୀୟ ଯୁଯୋମୁରା ପୁଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହିତ ଏହା ହାତୀ ଆକ୍ରମଣ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଜଙ୍ଗଲ ବିଭାଗର ମିଳିତ କ୍ରମେ ଶବ ଜବତ କରି ସନ୍ଦ୍ୟା ୭ ଟାରେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲେ । ଆଜି ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଅନ୍ତିମ ସଂସ୍କାର ପାଇଁ ଜଳିଛି ଯୁଇ।ଏହାକୁ ନେଇ ବଲଣ୍ଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏକ ସାମାଜିକ କାମରେ ଯୋଗଦେବାକୁ ଗୁଜୁରାଟ ଯାଇଥିବା ମୃତ ବ୍ୟକ୍ତିଙ୍କ ପୁତୁରା କୃଷ୍ଣ ଚନ୍ଦ୍ର ପ୍ରଧାନ ଖବର ପାଇ ଆଜି ସେଠାରୁ ସେ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ