ଓଡ଼ିଆ ଅସ୍ମିତାକୁ ସାହିତ୍ୟ ଓ ସଂସ୍କୃତି ବଞ୍ଚାଇ ରଖିଛି, ବାଲିଯାତ୍ରା ସାହିତ୍ୟ ଆସରରେ ମତ ପ୍ରକାଶ
ସମ୍ବଲପୁର: କଟକ ପରି କୁଚିଣ୍ଡାସ୍ଥିତ ସଇଡ଼ାର ଭେଡେନ ନଦୀର କୁଳେ ବାଲିଯାତ୍ରା ମହୋତ୍ସବ ବିଗତ ବାଇଶ ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି ।ଚଳିତ ବର୍ଷର ବାଇ ଶ ତମ ବିରାଟ ଧନୁଯାତ୍ରା ମହୋତ୍ସବ ପଡିଆ ରେ ଆଜି ବାଲିଯାତ୍ରା କମିଟିର ସଭାପତି ବିଜୟ ସାହୁ ଙ୍କ ସଭାପତିତ୍ବରେ ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଏହି ବାଲିଯାତ୍ରାର ପ୍ରଥମ ଉଦ୍ୟୋକ୍ତା ଓ କଳା ସଂଗଠକ ତିକେଶ୍ୱର୍ ପଟେଲ ମୁଖ୍ୟ ଅତିଥି ଓ ବିଶିଷ୍ଟ ପରିବେଶ ବିତ ଓ କବି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଆ ଅସ୍ମିତା ଓ ବାଲିଯାତ୍ରା ଉପରେ ଆଲୋଚନା କରି କେବଳ ସାହିତ୍ୟ ଓ ସଂସ୍କୃତି ହିଁ ଏହାକୁ ବଞ୍ଚାଇ ରଖିଛି ବୋଲି କହିଥିଲେ । ଉଭୟେ କୁଚିଣ୍ଡା ଓ କଟକର ବାଲିଯାତ୍ରା ମହୋତ୍ସବ ର ଗୌରବ ମୟ ଇତିହାସ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଫାସିମାଲ ଆଞ୍ଚଳିକ କଲେଜର ଇଂରେଜୀ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ଓ ଭାତ ପୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂହ ଓ ଈ . ପ୍ରେମ ପ୍ରଜ୍ୟନ୍ତ ନାହାକ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଗୁଦ ଗୁଦା ସାହିତ୍ୟ ସଂସଦର ସମ୍ପାଦକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ଆବାହକ ବସନ୍ତ କୁମାର ଚୌଧୁରୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହାତରୁ ପୁରସ୍କାପ୍ରାପ୍ତ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପାଇଥିବା ପରିବେଶବିତ୍ ସୁବାସ ନାୟକଙ୍କୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା ।ମାନପତ୍ର କୁ ବାଉରୀ ଗୋଡା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର୍ସେଲ ପାଠ କରିଥିଲେ ।ଏହା ପରେ କବିୟତ୍ରୀ ସୁସ୍ମିତା ପଟେଲ ଓ ରଜନୀ ପଟେଲଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ତୁଳସୀ ମଞ୍ଜରୀ ବହିଦାର , ରାଜେନ୍ଦ୍ର କୁମାର ମହାପାତ୍ର, ହେମନ୍ତ କୁମାର ପୃଷେଠ,ସରୋଜ ମେହେର , ସବିତା ପଟେଲ, ପଙ୍କଜୀନୀ ନାୟକ,ସଞ୍ଜୟ କୁମାର ନାଗ, ରବୀନ୍ଦ୍ର ଦାସ , ପ୍ରମୋଦ ନାୟକ ପ୍ରମୁଖ ଅର୍ଦ୍ଧ ଶତାଧିକ କବି ଅଂଶ ଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ ।ଏହି ଅବସରରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଶଙ୍କର୍ଷଣ ପରିଡ଼ା ଙ୍କ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇ ଥିଲା।ଶେଷରେ ଶିକ୍ଷକ ସଞ୍ଜୟ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

