Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଉଛି। ବ୍ରହ୍ମପୁର ସହରର ବୈକୁଣ୍ଠଡ଼ଗର ଅଞ୍ଚଳରେ ପୁଲିସ୍ ସାର୍ପ ସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । କେମିତି ଆସି ପଏଣ୍ଟ ବ୍ଳାଙ୍କରୁ ଗୁଳିକରି ଖସିଗଲେ ତାହାର ଡେମୋ ଦେଖାଇଛନ୍ତି ।

ଘଟଣା ଦିନ କଣ ହୋଇଥିଲା ଗୋଟି ଗୋଟି କରି ଆକ୍ସନ କରି ଦେଖାଇଛନ୍ତି ଉଭୟ। କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ । କୁମାର ପୂର୍ଣ୍ଣିମା ରାତି ୧୦ଟାରେ ଏକ ମୋଟର ସାଇକେଲ ଯୋଗେ ଆସି ଏହି ହତ୍ୟାକାଣ୍ଡ ଘଟାଇଥିଲେ ଦୁହେଁ।

ତେବେ ପୋଲିସ ଏହି ମାମଲାରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରିଛି। ପୋଲିସ ଚିଣ୍ଟୁ, କୁରୁପତି, ଉମା, ଯୋଗୀନ୍ଦ୍ର, ମଦନ ଓ ମଳୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ