Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଆଗଲପୁର ପୋଲିସର ତଦନ୍ତ ଜାରି ।

ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଭରସୁଜା ଛେଲିଆପାଟ୍ ଗୁଡ଼ି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଲୋଇସିଂହା ଥାନା ବଡଟିକା ପଞ୍ଚାୟତ ସାହାଜ୍ ଛାପର୍ ଗାଁର ଜୟଲାଲ ବେହେରାଙ୍କ ପୁଅ ଚେରୁ ବେହେରା (୫୨) ଏବଂ ଏବଂ ଜନେ ପଧାନଙ୍କ ପୁଅ ସୁରେଶ ପଧାନ (୨୮) । ସୂଚନା ଅନୁସାରେ ବୁଧବାର ଦିନ ଉଭୟେ ଭରସୁଜା କୁ କୌଣସି ଜିନିଷ କିଣାକିଣି କରିବାକୁ ଆସି ନିଜ ଗାଁ କୁ ସଂନ୍ଧ୍ୟ ୬ ରେ ଏକ ହୋଣ୍ଡା ଏସ ପି ସାଇନ୍ ବାଇକ୍ ( ଓଡି୧୭ ଇ ୩୬୬୯) ରେ ଫେରୁଥିଲେ । ସେହି ସମୟରେ କୌଣସି ଏକ ଅଜଣା ଗାଡ଼ି ଉଭୟଙ୍କୁ ତାଙ୍କ ପଛପଟୁ ଧକ୍କା ଦେଇ ଫେରାର ମାରିଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଆଗଲପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରିଥିଲେ । ଏନେଇ ଆଗଲପୁର ଥାନାରେ କେଶ ନ ୨୦୫ ରେ ଏକ ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏହାର ଅଧିକ ତଦନ୍ତଜାରି ରହିଛି । ତେବେ ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ରେ ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ କୁ ହସ୍ତାନ୍ତର କରାଯାଇଥିବା ଆଗଲପୁର ଥାନା ଏସ ଆଇ ସୁଚିସ୍ମିତା ଜେନା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ