Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଓଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ହିଂସା ଜନକ ପରିସ୍ଥିତ ସୃଷ୍ଟି ନେଇ ସାମ୍ବାଦିକ ସମ୍ମିଳନୀ ।

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ତରଫରୁ ଏକ ସାମ୍ବାଦିକ ସଂମ୍ବିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ଵାରା ଦୀର୍ଘ ୧ ମାସ ଧରି ଅଶାନ୍ତିକର ତଥା ହିଂସାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦ ଅଭିଯୋଗ କରିଥିଲା । ଏଥିସହ ଏହି ଘଟଣାକୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ନନେଇ ହାଲୁକା ଭାବେ ନେଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଦେଓଗାଁ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀକୁ ସୁରକ୍ଷା ଦେବା ପାଇଁ ସେଠିକାର କିଛି ସ୍ଥାନୀୟ ରାଜନେତା ଏବଂ ପୋଲିସ ପ୍ରଶାସନର କାର୍ଯ୍ୟରତ କିଛି ପୋଲିସ ଅଧିକାରୀ ମାନଙ୍କ ସଂପୃକ୍ତି ଥିବା ପ୍ରମାଣ ସହ ସାମ୍ନାକୁ ଆସିବା ପରେ ମଧ୍ୟ ସେମାନେ ସେହି ବାଂଲାଦେଶୀଙ୍କ ପରିବାର ଠାରୁ ୪୦୦୦୦ ଟଙ୍କା ନେଇ ତାକୁ ସୁରକ୍ଷା ଦେବା ପାଇଁ ହିନ ପ୍ରୟାସ କରିଥିବା ନେଇ ସଂପୃକ୍ତ ପରିଷଦ ସାଙ୍ଘାତିକ ଅଭିଯୋଗ କରିଥିଲା । ପରିଷଦ ଏହା ମଧ୍ୟ ଅଭିଯୋଗ କରିଛି କି ସେହି ବାଂଲାଦେଶୀ ଜଣକ ଦେଓଗାଁ ଅଞ୍ଚଳରେ ରହି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ସହ ତାଙ୍କ ପାଖକୁ ସେଥିପାଇଁ ବାହାର ଦେଶରୁ ଟଙ୍କା ଆସୁଥିବା କହିଛି । ପ୍ରକାଶ ଥାଉକି ସଂପୃକ୍ତ ବ୍ୟକ୍ତି ବର୍ତ୍ତମାନ ଦେଓଗାଁରେ ନିଜର କାୟା ବିସ୍ତାର କରିବା ସହ ଉକ୍ତ ଅଞ୍ଚଳରେ ତାର ନିଜସ୍ଵ ସମ୍ପତି ସଂଖ୍ୟା ମଧ୍ୟ ବୃଦ୍ଧି କରିବା ସହ ବିଗତ ଦିନରେ ଦେଓଗାଁ ଅଞ୍ଚଳରେ ଖଣ୍ଡା, ଭୁଜାଲି ଏବଂ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ମାତ୍ର ୪ ଦିନ ଭିତରେ ଜାମିନରେ ବାହାରି ଜନସାଧାରଣଙ୍କ ସାମ୍ନା ରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ବିଶ୍ଵ ହିନ୍ଦୁ ପରିଷଦ ଏହି ସମ୍ମିଳନୀରେ ଅଭିଯୋଗ କରିଛି ।ଏଣୁ ବିଗତ ଦିନରେ ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହି ବ୍ୟକ୍ତିଙ୍କ ବାଂଲାଦେଶୀ ଲିଙ୍କ କୁ ତଦନ୍ତ ର ପରିସରଭୁକ୍ତ କରିବା ପାଇଁ ଦାବି କରିଛି । ପ୍ରଶାସନ ଗୋଟିଏ ଅନୁପ୍ରବେଶକାରୀ କୁ ସୁରକ୍ଷା ଦେବାକୁ ଯାଇ ଯେଉଁ ମାନେ ଏହି ଅନୁପ୍ରବେଶକାରୀ କୁ ବିରୋଧ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଦେଓଗାଁ ଅଞ୍ଚଳରେ ଲୋକେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଅବସ୍ଥାରେ ଥିବାବେଳେ ଲୋକେ ନିଜ ଘରୁ ବାହାରିବାକୁ ଭୟ କରୁଥିବା ନେଇ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପରିଷଦ ପ୍ରକାଶ କରିଛି । ତେଣୁ ରାଜ୍ୟ ସରକାର ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେବା ସହ ଯଥାଶୀଘ୍ର ଦେଓଗାଁ ଅଞ୍ଚଳରେ ଶାନ୍ତି ଫେରାଇ ଆଣନ୍ତୁ ବୋଲି ଏହି ପରିଷଦ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀ ସଭାପତି ଶ୍ରୀ ବଦ୍ରିନାଥ ହୋତା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏଥିରେ ସଂଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ ଙ୍କ ସମେତ ରାଜ୍ୟ ଉପସଭାପତି ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପୁରୋହିତ, ସନତ କୁମାର ପାତ୍ର, ପ୍ରଦୀପ କୁମାର ବେହେରା, ବୁଲୁ ପର୍ଡ଼ିଆ ତଥା ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ