ଭିଜିଲାନ୍ସ ଜାଲରେ କେନ୍ଦୁଝର DSSO
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କେନ୍ଦୁଝର DSSO (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ।
ଲାଞ୍ଚ ନେବାବେଳେ ମାଡିବସିଲା ଭିିଜିଲାନ୍ସ। ଏନ୍ଜିଓ କାର୍ଯ୍ୟରଏକ ବିଲ୍ ମଞ୍ଜୁରୀ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଯାହାକୁ ନେଇ ସେମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ସେ ଡିଜିଟାଲ୍ ମୋଡ୍ ମାଧ୍ୟମରେ ଉକ୍ତ ଏନ୍ଜିଓ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ତେବେ ତାଙ୍କର ଭୁବନେଶ୍ୱର ଓ ତା’ର ଆଖପାଖ ଅଞ୍ଚଳରେ ୧୦ଟି ପ୍ଲଟ୍ ରହିଥିବା ଜଣାପଡ଼ିଛି।

