Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାକୁ ପ୍ରତାରିତ କରି ଜେଲ୍ ଯାଇ ଜାମିନ୍ ରେ ଆସି ପୁଣି ପ୍ରେମିକା ଜୀବନ ସାଥୀ କଲେ ଯୁବକ !

ବଲାଙ୍ଗୀର: ନିଜ ପ୍ରେମିକାକୁ ଧୋକା ଦେଇ ଜେଲ ଯାଇଥିଲେ ପ୍ରେମିକ । ପୁଣି ଜେଲ୍ ରୁ ଫେରି ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ବିବାହ କଲେ ଜେଲ୍ ଫେରନ୍ତା ପ୍ରେମିକ ଏବଂ ପ୍ରତାରିତା ପ୍ରେମିକା । ଚଳଚ୍ଚିତ୍ରର କାହାଣୀ ଭଲି ଲାଗୁଥିଲେ ବି ବାସ୍ତବରେ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ।
ସୂଚନା ଅନୁସାରେ ବେଲପଡା ଥାନା ବାଗଦୋର ଗ୍ରାମର ସୁରୁ ଓରଫ ଉପେନ୍ଦ୍ର କାଣ୍ଡଙ୍କ ସହ ସିନ୍ଧେକେଲା ଥାନା ଅଲଣ୍ଡା ପଞ୍ଚାୟତ ପୁତୁଲାତଲାଇ (ନୂଆପଡା) ଗ୍ରାମର ସଙ୍ଗୀତା ପୁଞ୍ଜିଙ୍କ ମଧ୍ୟରେ ସୋସିଆଲ ମିଡିଆରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଆଗକୁ ଆଗକୁ ବଢିଲା । କିଛି ମାସ ପରେ ଉପେନ୍ଦ୍ର ଓ ସଂଗୀତା ଦୁହେଁ ଦୁହିଁଙ୍କ ବିନା ରହିବା ଅସମ୍ଭବ ହେଲା । ଏହାପରେ ଉପେନ୍ଦ୍ର ସଂଗୀତାକୁ ଘର ଛାଡ଼ି ଫେରାର ମାରିବା ପାଇଁ ପ୍ରସ୍ତାବ ଦେଲା । ସଙ୍ଗୀତା ନିଜ ପ୍ରେମିକ ଉପେନ୍ଦ୍ରଙ୍କ କଥାରେ ରାଜି ହୋଇଥିଲେ । ତେବେ ଗତ ଅଗଷ୍ଟ ୪ ତାରିଖରେ ସଙ୍ଗୀତା ନିଜ ବାପା ମା ଘର ଦ୍ୱାର ଛାଡି ଉପେନ୍ଦ୍ରଙ୍କ ସହ କୌଣସି ଏକ ସ୍ଥାନକୁ ଫେରାର ମାରିଥିଲେ । ଉପେନ୍ଦ୍ରଙ୍କ କଥାରେ ଫେରାର ମାରି ଦୁହେଁ ଏକା ସାଥିରେ ରହିଲେ । ୨ ଦିନ ଏକା ସାଙ୍ଗରେ ଦୁହେଁ ରହିବା ପରେ ନିଜ ପ୍ରେମିକା ସଙ୍ଗୀତାକୁ ଛାଡ଼ି କୁଆଡେ ଫେରାର ହୋଇଯାଇଥିଲେ ଉପେନ୍ଦ୍ର । ଏହା ଜାଣିବା ପରେ ସଙ୍ଗୀତା ନିଜ ଘରକୁ ଫେରି ଆସିଥିଲେ । ଏହାପରେ ନିଜ ପ୍ରତାରିତ ପ୍ରେମିକ ଉପେନ୍ଦ୍ରଙ୍କ ବିରୁଦ୍ଧରେ ଅଗଷ୍ଟ ୬ ତାରିଖ ଦିନ ସିନ୍ଧେକେଲା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲା ସଙ୍ଗୀତା । ସିନ୍ଧେକେଲା ପୋଲିସ ୨୧୫ ରେ ଏକ ମାମଲା ରୁଜ କରି ତଦନ୍ତ କରୁଥିବା ବେଳେ ସଙ୍ଗୀତାକୁ ପୁଣି ଫୋନ କରି ଭେଟିବା ପାଇଁ ପ୍ରସ୍ତାବ ଦେଇଥିଲେ ଉପେନ୍ଦ୍ର । ଉଭୟେ ଭେଟ ହେବାକୁ ଆସିଥିବା ବେଳେ ଦେଡଗାଁ ପଞ୍ଚାୟତ ବାଗବାହାଲ ନିକଟରୁ ଅଭିଯୁକ୍ତ ପ୍ରେମିକ ଉପେନ୍ଦ୍ରକୁ କାବୁ କରି ଜେଲ ହେପାଜତକୁ ପଠାଇ ଥିଲା ପୋଲିସ । କିଛିଦିନ ପରେ ଅଭିଯୁକ୍ତ ଉପେନ୍ଦ୍ର ଜେଲରୁ ଜାମିନରେ ଆସିଥିଲେ । ପରେ ନିଜ ଜାତି ସମାଜ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ଉଭୟେ ବିବାହ ହେବାକୁ ରାଜି ହୋଇ ବିବାହ କରିଥିଲେ । ତେବେ ଜେଲ୍ ରୁ ବାହାରିବା ପରେ ଏବେ ଉପେନ୍ଦ୍ର ଏବଂ ସଙ୍ଗୀତା ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ ହୋଇ ପୁଣି ଏକାଠି ରହୁଥିବା ଜଣାପଡ଼ିଛି । ତେବେ ଉକ୍ତ ଘଟଣା ବଙ୍ଗୋମୁଣ୍ଡା ସହ ସମଗ୍ର ଅଞ୍ଚଳ ପାଇଁ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ