Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀତବାସ ପଣ୍ଡା ହତ୍ୟା ମାମଲା; ଲଢ଼ିବେ ୨୦୯ ଓକିଲ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଜଣ ଓକିଲ ପିଟିସନ ଦାଖଲ କରିଛନ୍ତି। ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଜଣ ଓକିଲ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି।

ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ। ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ପୀତବାସ ହତ୍ୟା ମାମଲାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ବୋଲି ଦର୍ଶାଇ ଏକ ପିଟିସନ ଦାଖଲ ହୋଇଥିଲା। ପୂର୍ବରୁ ୪୦ରୁ ଅଧିକ ଓକିଲ ବିକ୍ରମଙ୍କ ସପକ୍ଷରେ ପିଟିସନ ଦାଖଲ କରିଥିଲେ। ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା। ଏଥିରେ ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ କିଛି ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା।

ତେବେ ଏହି ହତ୍ଯା ମାମଲାରେ ପୋଲିସ ୧୪ ଜଣଙ୍କୁ ଗିରଫ କରିସାରିଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗତ ୩ ତାରିଖରେ ଆତ୍ମସମର୍ପଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ