Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ କୋଠା ଭୁଶୁଡି ୩ ମୃତ

କଟକ: କଟକର ମଣିସାହୁ ଛକ ନିକଟରେ ପୁରୁଣା କୋଠାର ବାଲକୋନୀ ଭୁଶୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସୂଚନା ଅନୁସାରେ ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନୀ ଭୁଶୁଡିବା ଫଳରେ ଏଭଳି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ସମସ୍ତ ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ତିନିଜଣ ଗୋଟିଏ ପରିବାରର ସଦସ୍ୟ। ମୃତକଙ୍କ ମଧ୍ୟରେ ପାଞ୍ଚ ବର୍ଷର ଏକ ଛୁଆ ରହିଥିବା ନେଇ ସୂଚନା ମିଳିଛି।

ତେବେ ଦୀର୍ଘଦିନ ଧରି ଉକ୍ତ ପୁରୁଣା କୋଠାର ମରାମତି ହୋଇନଥିଲା ବୋଲି କୁହାଯାଉଛି। ସ୍ଥାନୀୟ ଲୋକମାନେ ଉଭୟ ପ୍ରଶାସନକୁ ଏବଂ ଘର ମାଲିକଙ୍କୁ ଦୋଷ ଦେଉଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ