ଦୁର୍ଘଟଣାରେ ଚାଳିଗଲା ମହିଳାଙ୍କ ଜୀବନ !
ବଲାଙ୍ଗୀର : ଜଣେ ମହିଳା ଆଜି ଡ଼ାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଟ୍ରକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣା ସ୍ଥଳରୁ ସଂପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳାରେ ଘଟିଛି ଏଭଳି ଦୁଃଖଦ ଘଟଣା । ସଇଁନ୍ତଳା ଏନ୍ ଏଚ୍ ୨୬ ଥାନା ସମ୍ମୁଖରେ ମହିଳାଙ୍କ ଉପରେ ଟ୍ରକ୍ ଟି ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ଟିଟିଲାଗଡ଼ ଖାଲିଆପଡାର ପ୍ରକାଶ ଚନ୍ଦ୍ର ସାହୁଙ୍କ ପତ୍ନୀ ଗୁଲାପୀ ସାହୁ ବୋଲି ଜଣାପଡିଛି। ପ୍ରକାଶ ନିଜ ସ୍ତ୍ରୀ ଗୁଲାପିଙ୍କୁ ଆଜି ଟିଟିଲାଗଡ଼ରୁ ବଲାଙ୍ଗୀରର ଏକ ଘରୋଇ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଫେରିବା ବେଳେ ସଇଁନ୍ତଳା ଠାରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଉକ୍ତ ଟ୍ରକ୍ କୁ ଅଟକାଇ ଥିଲେ। ଘଟଣା ସ୍ଥଳରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତଦେହକୁ ପୋଷ୍ଟ ମଟର୍ମ ପାଇଁ ଆଜି ରାତି ୭ଟା ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କୁ ପଠାଇଥିବା ଜଣାଯାଇଛି । ସୁରକ୍ଷା ବ୍ୟବସ୍ଥା ନଥିବା ଯୋଗୁଁ ବେପରୁଆ ଭାବରେ ଗାଡି ଚଳାଚଳ ପାଇଁ ଏହି ଜାଗାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ପରିବାର ଲୋକଙ୍କୁ କ୍ଷତିପୁରଣ ପାଇଁ ମଧ୍ୟ ଦାବି ହୋଇଛି ।

